ଭୁବନେଶ୍ୱର : ବ୍ୟାଟେରି ଚୋରି ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିବା ସହ ଗୋଟିଏ ବ୍ୟାଟେରି ଜବତ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳର ରବୀନ୍ଦ୍ର କୁମାର ସେଠୀ(୩୦)। ଏଠାରେ ସାଲିଆସାହି ଅଞ୍ଚଳରେ ରୁହେ। ଶୁକ୍ରବାର ବିଳମ୍ବିତ ରାତିରେ ରବୀନ୍ଦ୍ର ମଞ୍ଚେଶ୍ୱର ସ୍ଥିତ ଝରଣାସାହି ଅଞ୍ଚଳରେ ଥିବା ଏକ ଟ୍ରକରୁ ବ୍ୟାଟେରି ଚୋରି କରୁଥିଲା। ଟ୍ରକରୁ କେହି ଚୋରି କରୁଥିବା ଦେଖି ମାଲିକ ଅଶୋକ କୁମାର ରାଉତରାୟ ସେଠାକୁ ଯାଇଥିଲେ। ଅଶୋକଙ୍କୁ ଦେଖି ରବୀନ୍ଦ୍ର ବ୍ୟାଟେରି ଧରି ଦୌଡ଼ିପଳାଇବାକୁ ଚେଷ୍ଟା କରିଥିଲା। ହେଲେ ଅଶୋକ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ। ଏହାପରେ ପୁଲିସକୁ ଫୋନ୍କରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରକୁ ଗିରଫ କରିବା ସହ ବ୍ୟାଟେରି ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ରବୀନ୍ଦ୍ରକୁ କୋର୍ଟ ଚାଲାଣ କରିଛି।
ଚୋର ଗିରଫ, ବ୍ୟାଟେରି ଜବତ
/sambad/media/post_attachments/wp-content/uploads/2018/01/Arrest-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)