ଭୁବନେଶ୍ବର : ଚୋରି ଗାଡ଼ି ଉଦ୍ଧାର, ୨ ଗିରଫ

ଭୁବନେଶ୍ବର : ବାଇକ୍‌ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଉଛନ୍ତି ଶାନ୍ତିପଲ୍ଲୀ ବସ୍ତିର ସତ୍ୟବ୍ରତ ପ୍ରଧାନ ଓ ନୀଳାଦ୍ରି ବିହାରର ବିଷ୍ଣୁ ନାୟକ। ତାଙ୍କ ଠାରୁ ଚୋରି ଗାଡ଼ି ଜବତ ହୋଇଛି। ସୂଚନା ମୁତାବକ, ଭିଏସ୍‌ଏସ୍‌ ନଗରର ମହାଦେବ କଷ୍ଟଙ୍କର ଏକ ଗ୍ଲାମର(ଓଡି ୦୨ କେ ୪୩୪୨) ଚୋରି ହୋଇଥିଲା। ଘର ବାହାରେ ଗାଡ଼ି ରଖି ସେ ଭିତରକୁ ଯାଇଥିଲେ। ୨୬ ତାରିଖ ରାତି ଗୋଟାଏ ବେଳେ ସେ ଘରୁ ବାହାରକୁ ଗାଡ଼ି ରଖିବା ପାଇଁ ଆସିବା ବେଳକୁ ଗାଡ଼ି ନଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଗତ ରାତିରେ ଶାନ୍ତିପଲ୍ଲୀ ବସ୍ତିରେ ଏକ ଚୋରା ଗାଡ଼ି ଥିବା ପୁଲିସ ପାଖକୁ ଖବର ଆସିଥିଲା। ପୁଲିସ ଚଢ଼ାଉ କରି ସତ୍ୟବ୍ରତକୁ ଧରିବା ସହ ଗାଡ଼ି ଜବତ କରିଥିଲା। ସତ୍ୟବ୍ରତର ସୂଚନାକ୍ରମେ ତା’ର ସହଯୋଗୀ ବିଷ୍ଣୁକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର