ଥାନାର ଗ୍ରିଲ କାଟି କଏଦୀ ଫେରାର, ସିସିଟିଭିରେ କୈଦ ହେଲା ଫେରାର ହେବାର ଦୃଶ୍ୟ

ଅହମ୍ମଦାବାଦ: ଗୁଜୁରାଟର ଏକ ଜେଲରୁ ଗ୍ରିଲ କାଟି ସୋମବାର ଜଣେ କଏଦୀ ଫେରାର ହୋଇଯିବାର ଏକ ମାମଲା ସାମ୍ନାକୁ ଆସିଛି। ଏଭଳି ଏକ ମାମଲା ରାଜ୍ୟର ଭରୁଚ ଜିଲ୍ଲାରେ ଘଟିଛି। ଯେଉଁଠାରେ ଏକ ଚୋର ପୁଲିସ ଷ୍ଟେସନ୍‌ରେ ବନ୍ଦୀ ଥିଲା। ଏହି କଏଦୀ ଥାନାରେ ଲାଗିଥିବା ଗ୍ରିଲ କାଟି ଫେରାର ହେବାର ସଫଳ ହୋଇଛି। ଝଗଡ଼ିଆ ପୁଲିସ ଷ୍ଟେସନ୍‌ର ସିସିଟିଭି ଫୁଟେଜରେ ଏହି ଘଟଣା କୈଦ ହୋଇଛି।

ଏହି ସିଟିଟିଭି ଫୁଟେଜ ଅନୁଯାୟୀ, କଏଦୀ ରାମ ପ୍ରକାଶ ବିନ୍ଦୁ ଗ୍ରିଲକୁ ଭାଙ୍ଗି ଏକ ଛୋଟିଆ ବାଟ କରି ସେହି ବାଟ ଦେଇ ଫେରାର ହେବା ପାଇଁ ଉଦ୍ୟମ କରୁଛି। ଏହି ସମୟରେ ତା’ସାଥୀ କଏଦୀ ତାକୁ ଫେରାର ହେବାର ସାହାଯ୍ୟ ମଧ୍ୟ କରୁଛି। ଏହାପରେ ବିନ୍ଦୁ ଥାନା ଝରକା ବାଟ ଦେଇ ଫେରାର ହେବାର ସଫଳ ହୋଇଛି। ବିନ୍ଦୁ ବାହାରକୁ ଯିବା ପରେ ଦ୍ୱିତୀୟ କଏଦୀ ଜଣକ ବାହାରକୁ ଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପଛକୁ ମୋଡି ଦେଖିବା କ୍ଷଣି ପୁଣି ନିଜ କୋଠରି ଭିତରକୁ ଖସି ପଡ଼ିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ, ବିନ୍ଦୁ ଜେଲରୁ ଫେରାର ହେବା ସମୟରେ ପୁଲିସ ଅଧିକାରୀ ଏକ ସ୍ଥାନୀୟ ଜୈନ ମନ୍ଦିରକୁ ଯାଇଥିଲେ, ଯେଉଁଠାରେ ଏକ ଭୟାବୟ ଅଗ୍ନିକାଣ୍ଡ ଘଟିଥିଲା। ବିନ୍ଦୁକୁ ଏକ ଇଲୋକ୍‌ଟ୍ରୋନିକ୍ସ ଦୋକାନରୁ ଟିଭି ସେଟସ୍‌ ଚୋରି କରିବା ଅଭିଯୋଗରେ ସୁରଟରୁ ଗିରଫ କରାଯାଇଥିଲା। ବିନ୍ଦୁ ଏବେ ଫେରାର ଅଛି। ଭରୁଚରୁ ବାହାରିବାକୁ ଥିବା ସମସ୍ତ ରାସ୍ତାରେ ହାଇଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର