‌ଦୋକାନରୁ ଚୋରି ଅଭିଯୋଗରେ ୩ ଗିରଫ

ବାରଙ୍ଗ: ଆନନ୍ଦ ବଜାରରେ ଥିବା ଏକ ଗ୍ରିଲ୍‌ ଦୋକାନରୁ ଚୋରି ଅଭିଯୋଗରେ ବାରଙ୍ଗ ଥାନା ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ସୀତାରାମ ବଜାର ମୁଣ୍ଡିଆର ଦୁଇ ଭାଇ ସେକ୍‌ ନୁର୍ ଆଲାମ, ସେକ୍ ସିକନ୍ଦର ଓ ନସିମ୍ ଖାନ। ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର୍‌ ରହିଥିବା ଜଣାଯାଇଛି। ଏହି ଅଭିଯୁକ୍ତମାନେ ଗତ ୫ ତାରିଖ ରାତିରେ ରଞ୍ଜନ ଦାସଙ୍କ ଦୋକାନର ତାଲା ଭାଙ୍ଗି ୯୦ ହଜାର ଟଙ୍କାର ଲୁହା ସାମଗ୍ରୀ ଓ ମେସିନ୍‌ ଚୋରି କରି ନେଉଥିବା ବେଳେ ପୁଲିସ ପାଟ୍ରୋଲିଂ ଭ୍ୟାନ୍‌ ନଜରରେ ପଡ଼ି ଯାଇଥିଲେ। ଗିରଫଦାରୀ ଭୟରେ ସେମାନେ ଫେରାର୍‌ ହୋଇଯାଇଥିଲେ ହେଁ ପୁଲିସ ଚୋରି ମାଲ ଲଦାଯାଇଥିବା ଅଟୋ(ଓଡି-୦୨ଏଫ୍୯୦୦୧) ଓ ଅଟୋ ଚାଳକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲା।

ସମ୍ବନ୍ଧିତ ଖବର