ଏସଏଏଫଙ୍କ ଘରୁ ଚୋରି କରିବା ପରେ ଚୋର ଛାଡ଼ି ଯାଇଥିବା ଚିଠିରେ ଲେଖିଛି କିଛି ଏଭଳି ଭାବବିହ୍ବଳ କଥା

ଭିଣ୍ଡ: ଉତ୍ତରପ୍ରଦେଶର ଭିଣ୍ଡ ଜିଲ୍ଲାରୁ ଚୋରି ଘଟଣାର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଜିଲ୍ଲାର ଭିମନଗରସ୍ଥିତ ଥିବା ଜଣଙ୍କ ଘରୁ ଚୋର ସୁନାଗହଣା ଆଦି ଲୁଟି ନେବା ସହିତ ଏକ ହାତଲେଖା ଚିଠି ଛାଡ଼ି ଦେଇ ଯାଇଥିଲା। ଏହି ଚିଠି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପୁଲିସ ଏହି ଅଜ୍ଞାତ ଚୋର ବି‌ରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏଭଳି ଘଟଣା କୋତବାଲି ଥାନା ଅଞ୍ଚଳରେ ଘଟିଛି। ଏଠାରେ ୱାର୍ଡ ନମ୍ବର ଚାରିରେ ଭିମନଗରରେ ବସବାସ କରୁଥିବା ରିମା ମୌର୍ଯ୍ୟଙ୍କ ଘରୁ ଚୋରି ହୋଇଛି। ରିମାଙ୍କ ସ୍ବାମୀ ଛତିଶଗଡ଼ରେ ଏସଏଏଫ ରହିଛନ୍ତି। ଚୋରି ହୋଇଥିବା ଘରେ ରିମା ପିଲାଙ୍କ ସହିତ ବସବାସ କରନ୍ତି। ଜୁନ ୩୦ରେ ସେ ଘରେ ତାଲା ପକାଇ ତାଙ୍କ ବାପ ଘରକୁ ଚାଲି ଯାଇଥିଲେ।

pjimage - 2021-07-06T173445.863

ଗତ ସୋମବାର ରିମା ତାଙ୍କ ବାପ ଘରୁ ନିଜ ଘରକୁ ଫେରିଥିଲେ। ସେ ଘର କବାଟର ତାଲା ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଏଥିସହିତ ଘରେ ଥିବା ସାମଗ୍ରୀ ଏଣେତେଣେ ବିଛାଡି ହୋଇ ପଡ଼ିଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ। ସେ ସୁଟକେଶରେ ରଖିଥିବା ଗହଣା ଚୋରି ହୋଇ ଯାଇଥିଲା।

ଏହି ଚୋରି ଘଟଣା ସମ୍ପର୍କରେ ଖବର ପାଇ କୋତବାଲି ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଚୋରି ଘଟଣାରେ ଚୋର ଦ୍ବାରା ଲେଖାଯାଇଥିବା ଚିଠି ଚର୍ଚ୍ଚାରେ ରହିଛି।  ଚିଠିରେ ଚୋର ଲେଖି ଯାଇଥିଲା, ‘ଜୟ ହିନ୍ଦ ଜୟ ଭାରତ,‌ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ, ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଏହି ଚୋରି କରିବାକୁ ବାଧ୍ୟ ହୋଇଛି। ଟଙ୍କା ଯୋଗାଡ଼ ହୋଇଗଲେ ଏସବୁ ସାମଗ୍ରୀ ମୁଁ ତୁମ ଘର ଦ୍ବାରେ ଫିଙ୍ଗି ଦେଇଯିବି। କ୍ଷମା କରିଦେବେ।’

ସମ୍ବନ୍ଧିତ ଖବର