ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଚନ୍ଦନପୁର ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ଡକାୟତି ଦଳ ଧରାପଡ଼ିଛି। ରାତିରେ ଗୃହକର୍ତ୍ତା ନଥିବା ଘରକୁ ଏହି ଦଳ ଟାର୍ଗେଟ କରୁଥିଲେ। ଚନ୍ଦନପୁର ଗ୍ରାମର ସ୍ନେହଲତା ବେହେରା ଘରେ ନଥିବା ବେଳେ ଗୁରୁବାର ମଧ୍ୟରାତ୍ରରେ ଘରେ ପଶିଥିଲେ ତିନି ଡକାୟତ। ବାହାରେ ତିନି ଜଣ ଜଗି ଥିଲେ। ରାତିରେ ବାହାରକୁ ଉଠିଥିବା ଜଣେ ଯୁବକ ସଂଦେହ ହେବାରୁ ଅନ୍ୟ ଗ୍ରାମବାସୀମାନଙ୍କୁ ଖବର ଦେଇଥିଲେ। ଏହା ପରେ ଗ୍ରାମବାସୀ ଚାରିଜଣ ଦୁର୍ବୃତ୍ତଙ୍କୁ ଧରିଥିଲେ। ଅନ୍ୟ ଦୁଇଜଣ ଖସି ପଳାଇଥିଲେ। ଚାରିଜଣଙ୍କୁ ବାନ୍ଧିବା ସହିତ ପୁଲିସକୁ ଖବର ଦେଇଥିଲେ। ଏମାନଙ୍କ ମଧ୍ୟରୁ ଝାଡ଼ଖଣ୍ଡ ମଝି ଗାଁର ତିନି ଜଣ, ବିଶୋଇର ଜଣେ ଯୁବକ ପେଷାଦାର ଡକାୟତ ବୋଲି ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବିରୁଦ୍ଧରେ ଯଶିପୁର ଥାନା ଅଞ୍ଚଳରେ ୧୫ଟି ମିଶାଇ ୩୫ରୁ ଉର୍ଦ୍ଧ୍ବ ମାମଲା ବିଭିନ୍ନ ଥାନାରେ ଅଛି ବୋଲି ଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି କହିଛନ୍ତି। ବାଙ୍ଗିରିପୋଷି, ବିଶୋଇ, ଯଶିପୁର, ବାରିପଦା ସଦର, ଝାରପୋଖରିଆ କୁଳିଅଣା ପୁଲିସ ପହଞ୍ଚି ତନାଘନା ଜାରି ରଖିଛି।
ଅବସରପ୍ରାପ୍ତ ସୈନିକଙ୍କ ଘରୁ ବନ୍ଧୁକ ଚୋରି
ଦୁର୍ବୃତ୍ତମାନଙ୍କ ପାଖରୁ ବନ୍ଧୁକ, ଦୁଇ ଅଫୁଟା ଗୁଳି, ଗ୍ୟାସ ଟାଙ୍କି, ସୁନା ଅଳଙ୍କାର, କଂସାବାସନ ଜବତ ହୋଇଛି। ଗୁରୁବାର ରାତିରେ ଝାରପୋଖରିଆ ଥାନା ଯୋକା ଗ୍ରାମର ଜଣେ ଅବସରପ୍ରାପ୍ତ ସୈନିକଙ୍କ ଚିତ୍ତରଞ୍ଜନ ସାହୁ ଘରେ ନଥିବା ବେଳେ ତାଙ୍କ ଘରୁ ବନ୍ଧୁକ, ଗୁଳି, ସୁନାଗହଣା ଚୋରି କରିଥିବା ଅଭିଯୁକ୍ତମାନେ ମାନିଛନ୍ତି। ଚିତ୍ତରଞ୍ଜନ ଝାରପୋଖରିଆ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଚନ୍ଦନପୁର ସ୍ନେହଲତା ବେହେରା ବାଙ୍ଗିରିପୋଷି ଥାନାରେ ଅଭିଯୋଗ ପରେ ଦୁଇଟି ମାମଲା ରୁଜ୍ଜୁ ହୋଇଛି।
ଆହୁରି ପଢ଼ନ୍ତୁ: Poaching: ବନ୍ୟଜନ୍ତୁ ଶିକାର ପାଇଁ ପାହାଡ଼ ଉପରେ ବିଦ୍ୟୁତ୍ ତାର, ଜଳିଗଲେ ଦୁଇ ଯୁବକ
ଚୋରଙ୍କ ଠାରୁ ଏସ୍ୟୁଭି ଜବତ
ଦୀର୍ଘଦିନ ହେଲା ବାଙ୍ଗିରିପୋଷି, ଝାରପୋଖରିଆ, କୁଳିଅଣା, ବିଶୋଇ, ଯଶିପୁର ଥାନା ଅଞ୍ଚଳରେ ଚୋରି ଡକାୟତି ମାମଲା ବଢି ଚାଲିଥିବା ଵେଳେ ଏହି ଡକାୟତମାନେ ପୁଲିସର ନିଦ ହଜାଇ ଦେଇଥିଲେ। ୪ ଚୋରମାନଙ୍କ ପାଖରୁ ଏକ ଏସୟୁଭି କାର ମଧ୍ୟ ପୁଲିସ ଜବତ କରିଛି। ପୁଲିସ ନାମ ଗୋପନ କରି ତଦନ୍ତ କରୁଛି। ବହୁ ଚୋରି, ଡକାୟତିର ପର୍ଦ୍ଦାଫାଶ ହେବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି। ଘାଟି ଜାମ ଥିବାରୁ ରାଜ୍ୟସଭା ସାଂସଦ ମମତା ମହାନ୍ତ ଚନ୍ଦନପୁର ରାସ୍ତା ଦେଇ ଯାଉଥିବା ବେଳେ ଘଟଣା ଦେଖି ପୁଲିସକୁ ଜଣାଇଥିଲେ।
ଆହୁରି ପଢ଼ନ୍ତୁ: Vande Mataram: ପ୍ରତି ଜିଲ୍ଲାରେ ପାଳନ ହେବ ‘ବନ୍ଦେ ମାତରମ୍’ ଉତ୍ସବ: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/07/bangiriposhi-2025-11-07-22-50-40.jpg)