‌‌ହୋଟେଲ୍‌ ଲବିରୁ ଚୋରି, ମହିଳା ଲୁଟେରା ଅଟକ

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ତାରକା ହୋଟେଲ୍ ଲବିରୁ ଦାମୀ ଜିନିଷ ଚୋରି କରୁଥିବା ଜଣେ ମହିଳାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଦେଖି ହୋଟେଲ୍‌ର କର୍ମଚାରୀମାନେ ମହିଳାଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ପ୍ରାୟ ୪୦ ହଜାର ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା। ପରେ କର୍ମଚାରୀମାନେ ଏନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌କୁ ମହିଳାଙ୍କୁ ଜିମା ଦେଇଥିଲେ। ମହିଳାଜଣଙ୍କ ଜଣେ ପେସାଦାର ‌ଲୁଟେରା, କେତେ ଦିନ ହେଲା ସେ ଏଭଳି ଲୁଟ୍‌ କରି ଆସୁଥିଲେ ଓ ତାଙ୍କର ସହଯୋଗୀମାନଙ୍କ ବିଷୟରେ ପୁଲିସ ତାଙ୍କୁ ପଚରାଉଚରା କରୁଛି। ମହିଳାଜଣଙ୍କ ଚନ୍ଦ୍ରଶେଖରପୁର ଅଞ୍ଚଳରେ ପରିବାର ସହ ରୁହନ୍ତି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର