ଯାଁଳାରେ ଘନଘନ ଚୋରି

ଖଣ୍ଡଗିରି: ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଯାଁଳା ଫାଣ୍ଡି ଅଞ୍ଚଳରେ ଦୁଇ ଦୁଇଟି ଚୋରି କରିଥିବା ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ବ୍ୟକ୍ତିମାନେ ହେଲେ ଯାଁଳା ମେଡିକାଲ ପାଖ କଲୋନିର ପ୍ରଭାତ କୁମାର ସାହୁ ଓ ରାଉତ ସାହିର କୁଞ୍ଜ ବିହାରୀ ରାଉତ। ଦୁର୍ବୃତ୍ତମାନେ ପ୍ରଭାତଙ୍କ ଆଲ୍‌ମିରା ଭାଙ୍ଗି ସୁନାଗହଣା ଓ ଗ୍ୟାସ୍ ସିଲିଣ୍ଡର ଆଦି ଲୁଟି ନେଇଥିବା ବେଳେ କୁଞ୍ଜଙ୍କ ପାଚେରି ଭାଙ୍ଗି ଅଗଣାରୁ ବାଇକ୍‌ ନେଇ ଚମ୍ପଟ ମାରିଛନ୍ତି। ଅଭିଯୋଗ ପାଇବା ପରେ ଯାଁଳା ଫାଣ୍ଡି ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ଗତକାଲି ପ୍ରଭାତ ସପରିବାରେ ନୟାଗଡ଼ କଣ୍ଟିଲୋ ଯାଇଥିଲେ। ଆଜି ସକାଳୁ ଘରକୁ ଫେରିବା ପରେ ମୁଖ୍ୟ କବାଟ ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ। ଘର ଭିତରେ ଆଲ୍‌ମିରା ଭଙ୍ଗା ଯାଇଥିବା ଦେଖି ସେ ତୁରନ୍ତ ଯାଁଳା ଫାଣ୍ଡି ପୁଲିସକୁ ଜଣାଇଥିଲେ। ଆଲ୍‌ମିରାରୁ ଗୋଟିଏ ସୁନାଚେନ୍, ହଳେ କାନଫୁଲ ଓ ଆଉ କିଛି ଗହଣା ଚୋରି ହୋଇଛି। ସେହିଭଳି ରୋଷେଇ ଘରୁ ୨ଟିଯାକ ଗ୍ୟାସ୍ ସିଲିଣ୍ଡର ଓ ଅଗଣାରୁ ଗୋଟିଏ ସାଇକେଲ ମଧ୍ୟ ଚୋରି ହୋଇଛି ବୋଲି ଜଣାପଡ଼ିଲା। ଅନ୍ୟ ଘଟଣା‌ରେ ଦୁର୍ବୃତ୍ତମାନେ କୁଞ୍ଜଙ୍କ ପାଚେରିରୁ ପ୍ରାୟ ୧୫ଟି ପଥର ଖସାଇଦେବା ପରେ ସେହି ବାଟ ଦେଇ ତାଙ୍କ ପଲସର ବାଇକ୍‌(ଓଡି୦୨ଏଏସ୍-୯୫୧୪)କୁ ନେଇ ପଳାଇଛନ୍ତି। ବାଇକ୍‌ରେ ହ୍ୟାଣ୍ଡେଲ ଲକ୍ ଓ ପଛ ଚକରେ ଆଉ ଗୋଟିଏ ଚେନ୍ ଲକ୍ ପଡ଼ିଥିଲା। କିନ୍ତୁ ଦୁର୍ବୃତ୍ତମାନେ କିଛି ବାଟ ତାକୁ ଘୋଷାରି ଘୋଷାରି ନେଇଥିବା ଚିହ୍ନରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର