ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଅଞ୍ଚଳର ଏକ ଅଫିସ୍ରୁ ବିଭିନ୍ନ ଆସବାବପତ୍ର ଚୋରି କରି ଫେରାର୍ ହୋଇଯାଇଥିବା ଯୁବକକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଯୁବକ ଜଣକ ହେଲା ପ୍ରୀତିରଂଜନ ନାୟକ(୨୪)। ତା’ଠାରୁ ପୁଲିସ୍ କିଛି ଚୋରି ସାମଗ୍ରୀ ଜବତ କରିଛି। ଘଟଣା ଅନୁଯାୟୀ ପ୍ରୀତ କିଛି ଦିନ ପୂର୍ବେ ବିଳମ୍ବିତ ରାତିରେ ନୀଳାଦ୍ରିବିହାରରେ ଥିବା ଏହି କାର୍ଯ୍ୟାଳୟରେ ପଶି ଲୁଟ୍ କରିଥିଲା। ଏନେଇ କାର୍ଯ୍ୟାଳୟ ପକ୍ଷରୁ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଦିଆଯାଇଥିଲା। ପୁଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଦେଖି ପ୍ରୀତିକୁ ଚିହ୍ନଟ କରିଥିଲା। ଆଜି ପୁଲିସ ପ୍ରୀତି ରହୁଥିବା ବସ୍ତିରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ଜେରା ବେଳେ ସେ କେଉଁଠାରେ ଚୋରି ସାମଗ୍ରୀ ରଖିଛି ସେ ସଂପର୍କରେ ପୁଲିସ୍କୁ ସୂଚନା ଦେଇଥିଲା। ପୁଲିସ୍ ସେସବୁ ସାମଗ୍ରୀ ଜବତ କରିବା ସହ ତା’କୁ ଆଜି କୋର୍ଟ ଚାଲାଣ କରିଛି।
ଅଫିସ୍ରୁ ଚୋରି କରି ଯୁବକ ଗିରଫ
/sambad/media/post_attachments/wp-content/uploads/2018/07/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)