୧୪ଲକ୍ଷ ଟଙ୍କାର ବ୍ୟାଗ ଚୋରି କରି ଯାଉଥିବା ବେଳେ ଏହି କାରଣରୁ ଅଚେତ ହୋଇପଡ଼ିଲା ଚୋର

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ସୋ’ ରୁମରୁ ସାମଗ୍ରୀ ଚୋରି କରିବା ଜଣେ ଚୋରକୁ ମହଙ୍ଗା ପଡ଼ିଛି। କାରଣ ସେ ସୋ’ ରୁମରୁ ସାମଗ୍ରୀ ଚୋରି କରି ଘଟଣାସ୍ଥଳରୁ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଏକ କାଚ କବାଟରେ ଧକ୍କା ଖାଇଥିଲା। ଆଉ ସଙ୍ଗେସଙ୍ଗେ ଅଚେତ ହୋଇ ପଡ଼ି ଯାଇଥିଲା। ଏଭଳି ଏକ ଘଟଣା ଆମେରିକାରୁ ସାମ୍ନାକୁ ଆସିଛି।

ଚୋର ୱାସିଂଟନର ବେନିଭ୍ୟୁରେ ଥିବା ଲୁଇ ଭିଣ୍ଟା ଷ୍ଟୋରରୁ ଜିନିଷ ଚୋରି କରିବା ପରେ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲା। ପୁଲିସର ସୂଚନାନୁସାରେ, ୧୭ବର୍ଷୀୟ ଜଣେ ଚୋର ଦିନଦିପହର ସମୟରେ ବିଳାସପୂର୍ଣ୍ଣ ସୋ’ ରୁମରୁ ୧୪ଲକ୍ଷ ଟଙ୍କାର ବ୍ୟାଗ ଚୋରି କରି ନେଉଥିଲା। ଆଉ ସେ ସୋ’ ରୁମରୁ ବାହାରକୁ ଯିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ସୋ’ ରୁମର ଗୋଟିଏ ପାର୍ଶ୍ବରେ କାଚ ଝରକା ଲାଗିଥିଲା। ସେ ସେହି ସ୍ଥାନ ଖାଲି ଅଛି ଭାବି ଜୋରରେ ଦୌଡ଼ି ଯିବାକୁ ଚେଷ୍ଟା କରୁଥିବା ବେଳେ ପିଟି ହୋଇଯାଇଥିଲା। ଆଉ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ି ଯାଇଥିଲା। ସଙ୍ଗେସଙ୍ଗେ ଜଣେ ସୁରକ୍ଷାକର୍ମୀ ତାକୁ କାବୁ କରି ନେଇଥିଲେ।

 

ଓକିଲଙ୍କ କହିବା ଅନୁଯାୟୀ, ଏହି ୧୭ ବର୍ଷ ଚୋର ନାବାଳକ ହୋଇଥିବାରୁ ତାର ନାମ ସାର୍ବଜନୀନ କରାଯାଇ ନାହିଁ। କିନ୍ତୁ ଏହି ଚୋର ଖୁଚୁରା ଆଉଟଲେଟ୍ ଚୋରି କରୁଥିବା ଏକ ଗ୍ୟାଙ୍ଗ ସହିତ ଜଡିତ ରହିଛି। ଏଥିସହିତ ଅନେକ ଅପରାଧିକ ମାମଲାରେ ସାମିଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର