ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାରର ରୁଡକିରୁ ଏକ ସିସିଟିଭି ଫୁଟେଜ୍ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।ଯେଉଁଥିରେ ଚୋରି କରିବାକୁ ଆସିଥିବା ଚୋରଜଣକ ନିଜର କୃତକର୍ମର ଫଳ ପାଇଥିବା ଦେଖିବାକୁ ମିଳୁଛି। 

Advertisment

ସୂଚନାଯୋଗ୍ୟ, ଭିଡିଓରେ ଦେଖିବାକୁ ମିଳୁଥିବା ଚୋର ଜଣକ ଘର ଦ୍ୱାର ପାଖରେ ରଖାଯାଇଥିବା  ସିଲିଣ୍ଡରକୁ ଚୋରି କରି ନେଇଯାଉଛି।  କିଛିବାଟ ଯିବା ପରେ ଚୋର ସିଲିଣ୍ଡରଭାରକୁ ଆଉ ସମ୍ଭାଳି ପାରୁ ନାହିଁ। ଫଳରେ ସେ ପାଖରେ ଥିବା ଏକ ଡ୍ରେନ ଭିତରେ ଚିତପଟାଙ୍ଗ ମାରି ପଡ଼ିଯାଉଛି।

ଏହାପରେ ବି ଚୋରର ଚୋରି ନିଶା ଛାଡ଼ି ନଥିଲା। ସେ ଡ୍ରେନରୁ ଉଠି ପୁଣି ଉକ୍ତ ସିଲିଣ୍ଡରକୁ କାନ୍ଧରେ ବୋହି ଆଗକୁ ବଢ଼ିଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ଲୋକେ ଉକ୍ତଚୋର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କାରଣ ଏପରି ଘଟଣାର ଉଚିତ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଉକ୍ତ ଚୋର ଆଗକୁ ବଡ଼ ଧରଣ ଚୋରି କରିବା ପାଇଁ ସାହାସ ପାଇଯିବ। ଚୋରି ଘଟଣା ଦିନକୁ ଦିନ ବୃଦ୍ଧ ପାଇବାରେ ଲାଗିବ।