ସାରନି : ମଧ୍ୟପ୍ରଦେଶର ବୈତୁଲ ଜିଲ୍ଲାରେ ଚୋରିର ଏକ ଅଭିନବ ଉପାୟ ଦେଖିବାକୁ ମିଳିଛି। ବୈତୁଲର ସାରଣୀସ୍ଥିତ ରାଧାକୃଷ୍ଣ ୱାର୍ଡର ସିଦ୍ଧେଶ୍ୱର ହନୁମାନ ମନ୍ଦିରରେ ଜଣେ ଚୋର ପ୍ରଭୁ ହନୁମାନଙ୍କୁ ଚିଠି ଲେଖି ଦାନବାକ୍ସରୁ ଟଙ୍କା ଚୋରି କରି ଫେରାର ହୋଇଯାଇଛି। ଏହି ଦାନ ବାକ୍ସରେ ନଗଦ ୪୦ରୁ ୫୦ ହଜାର ଟଙ୍କା ଥିବା ଅନୁମାନ କରାଯାଉଛି। କାରଣ ୩ବର୍ଷ ପାଖାପାଖି ହେବ ଏହି ଦାନବାକ୍ସକୁ ଖୋଲା ଯାଇ ନ ଥିଲା।

Advertisment

publive-image

ତେବେ ଉକ୍ତ ଚୋର ଚୋରି କରିବା ପୂର୍ବରୁ ପ୍ରଭୁ ହନୁମାନଙ୍କ ପାଖକୁ ଏକ ଚିଠି ଲେଖିଥିଲା, ଯାହାକୁ ସେ ଦାନ ବାକ୍ସ ଉପରେ ରଖି ଚାଲି ଯାଇଥିଲା। ଏହି ଚିଠିରେ ଲେଖା ଥିଲା କି, ସେ ପରିସ୍ଥିତିରେ ପଡ଼ି ଏପରି ଚୋରି କରୁଛି। ଭଗବାନ ତା’ର ସବୁ ଦୋଷ କ୍ଷମା କରିଦିଅନ୍ତୁ।

publive-image

ସକାଳୁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସି ଦାନବାକ୍ସ ଖୋଲା ଥିବା ସହିତ ମନ୍ଦିରର ଅନ୍ୟାନ୍ୟ ସାମଗ୍ରୀ ଏଣେତେଣେ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋର ଭଗବାନଙ୍କୁ ଦେଇଥିବା ଚିଠିକୁ ଜବତ କରିବା ସହ ତଦନ୍ତ ଚଳାଇଛି।