ଲକ୍‌ଡାଉନ୍‌ର ସୁଯୋଗ ନେଇ ଦେଖନ୍ତୁ କିଭଳି ସୁଡ଼ଙ୍ଗ କରି ଦୋକାନ ଭିତରେ ପଶି ଚୋର ଲୁଟି ନେଲା ଲକ୍ଷାଧିକ ଟଙ୍କାର ମଦ

ନୂଆଦିଲ୍ଲୀ: ସାଉଥ୍‌ ଆଫ୍ରିକାର ଜୋହାନସ୍‌ବର୍ଗରେ ଲକ୍‌ଡାଉନ୍‌ର ସୁଯୋଗ ନେଇ ଚୋର ସୁଡ଼ଙ୍ଗ କରି ଦୋକାନ ଭିତରେ ପଶି ଲକ୍ଷାଧିକ ଟଙ୍କାର ମଦ ଚୋରାଇ ନେଇ ଫେରାର ହୋଇଯାଇଛି।

ଦେଶରେ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ କାରଣରୁ ମଦ ଭଳି ଅନେକ ସାମଗ୍ରୀ ବିକ୍ରି ଉପରେ କଟକଣା ଲାଗୁ କରାଯାଇଥିଲା। ଏହାରି ଭିତରେ କିଛି ଦୋକାନୀ ଲୁଚିଛପି ମଦ ବିକ୍ରି କରୁଥିଲେ ତ ଆଉ କିଛି ଲୋକ ଦୋକାନ ଭାଙ୍ଗି ମଦ ବୋତଲ ଉଠାଇ ନେଇଥିବା ଖବର ସାମ୍ନାକୁ ଆସିଥିଲା। ଏମିତି ଏକ ଘଟଣା ସାଉଥ୍‌ ଆଫ୍ରିକାର ଜୋହାନସ୍‌ବର୍ଗରେ ଘଟିଛି।

Thieves tunnel into Joburg liquor store to steal alcohol worth ...
IOL

ଦୋକାନ ମାଲିକଙ୍କ କହିବାନୁସାରେ, ସେ ଗତକାଲି ସକାଳେ ଦୋକାନକୁ ଗଲା ବେଳେ ଦୋକାନ ଭିତରକୁ ଯିବା ପାଇଁ ଏକ ସୁଡ଼ଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସେ ସିସିଟିଭ୍‌ ଫୁଟେଜ ଯାଞ୍ଚ କରିଥିଲେ। ସିସିଟିଭ୍‌ ଫୁଟେଜରୁ ଚୋରର ପରିଚୟ ମିଳି ଯାଇଥିଲା। ଉକ୍ତ ଚୋର ୧୦ଦିନ ପୂର୍ବରୁ ବି ଦୋକାନ ଭିତରକୁ ଆସିଥିବା ଦୋକାନ ମାଲିକ ଜାଣିବାକୁ ପାଇଥିଲେ। ଏହାପରେ ସେ ପୁଲିସକୁ ଖବର ଦେଇଥିଲେ। ଚୋରକୁ ଯିଏ ଧରାଇ ଦେବ ସେହି ବ୍ୟକ୍ତିଙ୍କୁ ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ଦେକାନ ମାଲିକ କହିଛନ୍ତି।

ତେବେ ଲକ୍‌ଡାଉନ୍‌ ସମୟରେ ମଦ ଦୋକାନ ଖୋଲା ଯାଇପାରିବ ନାହିଁ ବୋଲି ନିୟମ ରହିଥିଲା ଓ ଅନ୍‌ଲକ୍‌-୧ରେ ବି ଏହି ନିୟମ ବଳବତ୍ତର ରହିଛି । ତେଣୁ ଏଭଳି ପରିସ୍ଥିତିରେ ମଦ ଦୋକାନରୁ ମଦ ଚୋରି କରି ଚୋର ବାହାରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ତେଣୁ ସେମାନେ ଏଭଳି ଚୋରି କରୁଛନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର