୫ ବର୍ଷୀୟା ଦାଦା ଝିଅ ଭଉଣୀ ସହ ଦୁଷ୍କର୍ମ କରି ହତ୍ୟା କଲା ୧୩ ବର୍ଷୀୟ ଭାଇ

ମୁମ୍ବାଇ : ମହାରାଷ୍ଟ୍ରରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ନିଜ ଦାଦା ଝିଅ ଭଉଣୀ ସହ ଦୁଷ୍କର୍ମ କରି ହତ୍ୟା କରିବା ଭଳି ବର୍ବର କାଣ୍ଡ ଘଟାଇଛି ୧୩ବର୍ଷୀୟ ଭାଇ । ଏହି ଖବର ଆସିବା ପରେ ଲୋକେ ଭାଇ-ଭଉଣୀର ସଂପର୍କକୁ ନିନ୍ଦା କରିବାରେ ଲାଗିଛନ୍ତି । ମଙ୍ଗଳବାର ପୀଡ଼ିତାର ମୃତଦେହ ମିଳିବା ପରେ ବୁଧବାର ପୁଲିସ ଅଭିଯୁକ୍ତ ଭାଇକୁ ଗିରଫ କରି ନେଇଥିବା ଜଣାପଡ଼ିଛି । ଅକ୍ଟୋବର ୨୭ରୁ ପୀଡ଼ିତା ନିଖୋଜ ଥିଲେ ବୋଲି ସାମ୍ନାକୁ ଆସିଛି ।

Related image
dnaindia.com

ପୁଲିସର ସୂଚନା ମୁତାବକ, ପୀଡ଼ିତାର ମାତା-ପିତା ସୋମବାର ନିଖୋଜ ହେବା ନେଇ ପୁଲିସକୁ ଜଣାଇଥିଲେ । ରବିବାର ପୀଡ଼ିତା ଘର ବାହାରେ ଖେଳିବା ସହ ବାଣ ଫୁଟାଉଥିବା ବେଳେ ତାଙ୍କ ମା’ ଘର ବାହାରକୁ ଆସିବା ପରେ ସେ ମିଳି ନଥିଲେ । ସୋମବାର ଏ ନେଇ ଅଭିଯୋଗ ମିଳିବା ପରେ ଖୋଜିବା ଆରମ୍ଭ କରିଥିଲେ ପୁଲିସ । ଯାଞ୍ଚ ପରେ ମଙ୍ଗଳବାର ଘରଠାରୁ ୫୦୦ମିଟର ଦୂରରେ ଥିବା ଏକ ପାଣି ପାଇପ୍‌ ପାଖରେ ପୀଡ଼ିତାଙ୍କ ମୃତଦେହ ପଡ଼ିଥିବାର ଦେଖାଯାଇଥିଲା । ଶବ ବ୍ୟବଚ୍ଛେଦ କରାଯିବା ପରେ ପୀଡ଼ିତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯିବା ସହ ପରେ ଗଳା ଚିପି ହତ୍ୟା କରାଯାଇଥିବା ସାମ୍ନାକୁ ଆସିଥିଲା । ଶେଷ ଥର ପାଇଁ ପୀଡ଼ିତାଙ୍କୁ ଅଭିଯୁକ୍ତ ଭାଇ ସହ ଦେଖାଯାଇଥିବାରୁ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିଲା । ପରେ ଅଭିଯୁକ୍ତ ଭାଇ ସବୁ ସତ ମାନି ନେଇଥିଲା । ପୀଡ଼ିତା ଦୁଷ୍କର୍ମ ସମୟରେ ପାଟି କରିବାରୁ ଅଭିଯୁକ୍ତ ହତ୍ୟା କରିଥିବା କଥା ସ୍ୱୀକାର କରିଥିବା କହିଛି ପୁଲିସ।

ସମ୍ବନ୍ଧିତ ଖବର