ସୁରଟ: ଜଣେ ୨୪ବର୍ଷୀୟ ହାଇଟେକ୍‌ ଚୋର ପୁଲିସକୁ ନାକେଦମ୍‌ କରି ରଖି ଦେଇଛି। ଏହି ଚୋରର କିଛି ଖାସ୍‌ ନିୟମ ବି ରହିଛି। ଅର୍ଥାତ୍‌ ଏହି ଚୋର ୫୦ଲକ୍ଷ ଟଙ୍କା ଉପରେ ହିଁ ଚୋରି କରିଥାଏ। ପ୍ରତ୍ୟେକ ଚୋରି ପରେ ଚୋର ପ୍ରଥମେ ମନ୍ଦିର ଯାଇଥାଏ। ଯାତ୍ରା ପାଇଁ ବିମାନରେ ଯିବା ଆସିବା କରିବା ସହିତ ମହଙ୍ଗା ହୋଟେଲରେ ରହିଥାଏ। ଚୋରି କରିବା ପରେ ଏହି ଚୋର ପୁଣି ନିଜ ଘରକୁ ଫେରି ଆସିଥାଏ।

Advertisment

ଏହି ମଡର୍ଣ୍ଣ ଚୋର ନାମ ଜୟନ୍ତୀଲାଲ ଓରଫ ରମେଶ ଖେତମଲ ଜାୟସଓ୍ଵାଲ। ଜୟନ୍ତୀକାଲ ରାଜସ୍ଥାନର ସେରଗଢ଼ରେ ଦେସୁରେ ବସବାସ କରିଥାଏ। କୁହାଯାଉଛି କି ଏହି ଚୋରି କରି କରିବା ପରେ, ପୀଡିତ/ ପୀଡିତାଙ୍କୁ ଧମକ ଦେଇଥାଏ କି ତାର ସମ୍ବନ୍ଧ ଦାଉଦ୍‌ ଇବ୍ରାହିମ୍‌ଙ୍କ ସହିତ ରହିଛି। ଗତ ୫ବର୍ଷ ହେବ ଏହି ଚୋର ବଡ଼ବଡ଼ ବ୍ୟବସାୟଙ୍କୁ ଠାରୁ ବିପୁଳ ପରିମାଣ ଅର୍ଥ ଚୋରି କରିଥିବା ଅଭିଯୋଗ ହୋଇଛି।

publive-image

ପୁଲିସ ସୂତ୍ରରୁ ପ୍ରକାଶ, ନିକଟରେ ସୁରଟରେ ଏକ ଘରେ ଗୃହ ପ୍ରବେଶ ଚାଲିଥିବା ସମୟରେ ସେଠାରେ ଅନେକ ଅତିଥି ସାମିଲ ମଧ୍ୟ ଥିଲେ। ଏହାର ସୁଯୋଗ ନେଇ ଜୟନ୍ତୀଲାଲ ସେହି ଘରୁ ୪୦ଲକ୍ଷରୁ ଅଧିକ ଟଙ୍କା ଚୋରି କରି ନେଇଥିଲା। ଚୋରି କରିବା ପରେ ପାଖରେ ଏକ ହୋଟେଲରେ ମଧ୍ୟ ରହିଥିଲା। ପରେ ଅହମ୍ମଦାବାଦ ଯାଇ ମନ୍ଦିରରେ ପୂଜା କରିବା ପରେ ବିମାନ ଧରି ଘରକୁ ଫେରାର ହୋଇଯାଇଥିଲା। ୪ବର୍ଷ ପୂର୍ବରୁ ଏହି ଚୋର ଜଣଙ୍କ ଘରୁ ୫୦ଲକ୍ଷ ଟଙ୍କା ଚୋରି କରି ନେପାଳ ବର୍ଡରକୁ ଚାଲି ଯାଇଥିଲା, ଦେଶ ବାହାରକୁ ଯିବାର ଯୋଜନା ଥିବା ବେଳେ ବିମାନବନ୍ଦରରୁ ତାକୁ ପୁଲିସ ଗିରଫ କରିଥିଲା। ଜେଲରୁ ମୁୁକୁଳିବା ପରେ ସେ ପୁଣି ଚୋରି କରିବା ଆରମ୍ଭ କରି ଦେଇଥିଲା ତାକୁ ପୁଣି ଗିରଫ କରାଥିଲା କିନ୍ତୁ ଜାମନ୍‌ରେ ବାହରି ଆସି, ଚୋରି କାମ ଜାରି ରଖିଥିଲା। ଏବେ ଏହି ଚୋର ସଜାଗ ହୋଇ ଯାଇଛି। ଚୋରି କରିବା ପରେ ସାମଗ୍ରୀ ସେ ତତ୍କାଳ ବିକ୍ରି କରି ପାରୁ ନାହିଁ। ଫଳରେ ତାକୁ ଧରିବା ମୁସକିଲ ହୋଇ ପଡ଼ୁଛି ବୋଲି ପୁଲିସ ସୂଚନା ଦେଇଛି।