କେନ୍ବେରା: ଜନପ୍ରିୟ କ୍ରାଇମ୍ ପଡ୍କାଷ୍ଟ୍ ବିଷୟବସ୍ତୁ ପାଲଟି ଥିବା ୧୯୮୨ ମସିହାରେ ସିଡ୍ନିରୁ ନିରୁଦ୍ଦେଶ ମହିଳାଙ୍କ ସ୍ୱାମୀଙ୍କୁ ଅଷ୍ଟ୍ରେଲୀୟ ପୁଲିସ ଗିରଫ କରିଛି। ରେଡିଓ ଖବର ପ୍ରସାରଣ ପରି ପଡ୍କାଷ୍ଟ୍ ହେଉଛି ଏକ ଜାତୀୟ ଫାଇଲ୍ ଯାହାକୁ ଇଣ୍ଟର୍ନେଟ୍ରୁ ଡାଉନ୍ଲୋଡ୍ କରି ଏକ କମ୍ପ୍ୟୁଟର୍ ଅଥବା ଏମ୍ପି-ଥ୍ରି ପ୍ଲେୟର୍ରେ ଶୁଣି ହେବ।
ନିୟୁ ସାଉଥ୍ େଓ୍ଵଲ୍ସ୍ର କର୍ତ୍ତୃପକ୍ଷମାନେ କହିଛନ୍ତି: ୭୦ ବର୍ଷିୟ କ୍ରିସ୍ ଡ’ସନ୍ ବିରୋଧରେ ଲିନିଟ୍ ଡ’ସନ୍ଙ୍କୁ ହତ୍ୟା କରିଥିବା ମାମଲା ରୁଜୁ କରାଯିବ। ତାଙ୍କୁ କୁଇନ୍ସ୍ଲାଣ୍ଡ୍ରୁ ଗିରଫ କରାଯାଇ ନିୟୁ ସାଉଥ୍ େଓ୍ଵଲ୍ସ୍କୁ ଅଣାଯାଇଛି।
ତାଙ୍କର ଦୁଇଟି ପିଲା ଜନ୍ମ ଦେଇଥିବା ପତ୍ନୀଙ୍କୁ ସେ ହତ୍ୟା କରି ନାହାନ୍ତି ବୋଲି ଡ’ସନ୍ କହିଛନ୍ତି। ଏକ ଧାର୍ମିକ ସଂଗଠନ ନିମନ୍ତେ ତାଙ୍କ ପତ୍ନୀ ପରିବାର ଛାଡ଼ି ଚାଲିଯାଇଥିଲେ।
୨୦୧୮ ପ୍ରାରମ୍ଭରେ ସେ ପରିବାର ରହୁଥିବା ସିଡ୍ନିର ଏକ ଘରେ ଯାଞ୍ଚ କରିବା ପରେ ମଧ୍ୟ କୌଣସି ନୂତନ ପ୍ରମାଣ ମିଳି ନ ଥିଲା। ତିନି ବର୍ଷ ଧରି ତଦନ୍ତ ନବିକରଣ କରିବା ପରେ ଗିରଫଦାରି ହୋଇଥିବା କଥା ବୁଧବାର ଦିନ କହିଛି।
ସୁପରିଣ୍ଟେଣ୍ଡେଣ୍ଟ୍ ସ୍କଟ୍ କୁକ୍ ସାମ୍ବାଦିକମାନଙ୍କୁ କହିଛନ୍ତି: ଏ ମାମଲାରେ ଆମେ ନିଶ୍ଚିତ ଥିଲୁ। ଲିନିଟ୍ ଡ’ସନ୍ଙ୍କ ପତ୍ତା ଚିହ୍ନଟ କରିବାର ଉଦ୍ୟମକୁ ଆମେ ଛାଡ଼ି ନ ଥିଲୁ, କିନ୍ତୁ, ଆମ ମତରେ ଏ ମାମଲା ଚୂଡ଼ାନ୍ତ କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ।
ପରିଚିତ ବ୍ୟକ୍ତିଙ୍କ ବିରୋଧରେ ନରହତ୍ୟା ମାମଲା ରୁଜୁ କରିବାକୁ ଦୁଇଟି ଭିନ୍ନ ସରକାରୀ ତଦନ୍ତ ଅନୁମୋଦିତ ହୋଇଥିଲା।
ପୂର୍ବରୁ ଓକିଲମାନେ କହିଥିଲେ କି ମାମଲା ରୁଜୁ କରିବାକୁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ସେବେଠାରୁ ଲିନିଟ୍ ଡ’ସନ୍ଙ୍କର ଟେର୍ ମିଳୁ ନ ଥିଲା।
୨୦୦୩ର ଏକ ତଦନ୍ତରୁ ଜଣାପଡ଼ିଲା ଯେ ପୂର୍ବତନ ହାଇସ୍କୁଲ୍ ଶିକ୍ଷକ ଏବଂ ରଗ୍ବି ଲିଗ୍ ଷ୍ଟାର୍ କ୍ରିସ୍ ଡ’ସନ୍ ତାଙ୍କର ବିବାହ ସମୟରେ କିଶୋରୀ ଛାତ୍ରୀମାନଙ୍କ ସହ ଯୌନକ୍ରିୟାରେ ଲିପ୍ତ ଥିଲେ।
ପତ୍ନୀ ନିଖୋଜ ହେବାର ଦୁଇ ଦିନ ପରେ ଜଣେ ୧୬ ବର୍ଷୀୟ ଛାତ୍ରୀ କ୍ରିସ୍ଙ୍କ ଘରେ ଯାଇ ରହୁଥିଲେ। ପରେ ଦୁହେଁ ବିଭା ହୋଇଥିଲେ, କିନ୍ତୁ, ପୁଣି ବିବାହ ବିଚ୍ଛେଦ ହୋଇଥିଲା।
୨୦୧୮ରେ ‘ଦି ଟିଚର୍ସ ପେଟ୍’ ଶୀର୍ଷକ ଏକ ପଡ୍କାଷ୍ଟ୍ଏହି ମାମଲାରେ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା।
ଅଷ୍ଟ୍ରେଲୀୟ ଖବରକାଗଜ ଦ୍ୱାରା ଉତ୍ପାଦିତ ଏହି ପଡ୍କାଷ୍ଟ୍ରେ ମେ ମାସ ଠାରୁ ୨୭ ନିୟୁତରୁ ଅଧିକ ଲୋକ ତାଲିକାଭୁକ୍ତ ହୋଇଥିଲେ।
ଡ’ସନ୍ ନିରୁଦ୍ଦେଶ ହେବାର ପ୍ରାରମ୍ଭିକ ବର୍ଷମାନଙ୍କରେ ପୁଲିସ ମାମଲାଟିକୁ ନଷ୍ଟ କରି ଦେଇଥିବା ଉପରେ ଏହି ପଡ୍କାଷ୍ଟ୍ ଆଲୋକପାତ କରିବାରୁ ରାଜ୍ୟ ପୁଲିସ କମିସନର୍ କ୍ଷମାପ୍ରାର୍ଥନା କରିଥିଲେ।