ବାହାଘର ଶୋଭାଯାତ୍ରା ବେଳେ ଗୋଷ୍ଠୀ ସଂଘର୍ଷ ଘଟଣାରେ ୩ ଗିରଫ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କୈବର୍ତ୍ତ ସାହି ଛକଠାରେ ବାହାଘର ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣାରେ ପୁଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ପୁରୀ ବାସେଳି ସାହିର ଗୋଲେଇ ସାହୁ (୩୫), ପୁରୀ ଜଗନ୍ନାଥ ବସ୍ତିର ଶିବୁ ସାମନ୍ତରାୟ (୩୬) ଓ କପିଳେଶ୍ୱରର ମୁନ୍ନା ବାରିକ (୨୨)। ପୁଲିସ ସୂଚନା ଅନୁଯାୟୀ, ପୁରୀରୁ ଆସିଥିବା ଏକ ବରଯାତ୍ରୀ ଦଳ ଶୋଭାଯାତ୍ରାରେ କୈବର୍ତ୍ତ ସାହି ଛକ ନିକଟ ମଣ୍ଡପକୁ ଯାଉଥିଲେ। ସେଠାରେ ବରଯାତ୍ରୀ ଦଳ ସହ ସ୍ଥାନୀୟ କପିଳେଶ୍ୱରର କିଛି ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରେ କଥା ବଢ଼ି ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ପରସ୍ପର ପରସ୍ପରକୁ ଆକ୍ରମଣ କରିବାରୁ କିଛି ବରଯାତ୍ରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ଏନେଇ ଉଭୟ ପକ୍ଷରୁ ମାମଲା ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

ସମ୍ବନ୍ଧିତ ଖବର