ବାଲିଅନ୍ତା: ମହାମାରୀ କରୋନା ପାଇଁ ବନ୍ଦ ହୋଇପଡ଼ିଥିବା ସ୍ଥାନୀୟ ବଇଁଚୁଆ ହାଇସ୍କୁଲ ଏବେ ଜୁଆଖେଳର ଆଡ୍ଡାସ୍ଥଳୀ ପାଲଟିଛି । ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ପୁଲିସ ଟିମ ସହ ଦୀର୍ଘଦିନ ଧରି ଏଠାରେ ଚାଲିଥିବା ଏକ ଜୁଆ ଆଡ୍ଡାରେ ଅତର୍କିତ ଚଢ଼ଉ କରି ୩ ଜଣ ଜୁଆଡ଼ିଙ୍କୁ ଗିରଫ କରିଛନ୍ତି । ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବଇଁଚୁଆ ଅଞ୍ଚଳର ବାବାଜୀ ସାହୁ (୪୦), ଚୈତନ୍ୟ ସାହୁ, କୈଳାଶ ସାହୁ (୩୦ ) ଏବଂ ସରୋଜ କୁମାର ବାରିକ (୩୨) । ଆସନ୍ତାକାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।
/sambad/media/post_attachments/wp-content/uploads/2020/10/cccb7620-9e2f-4590-a3a1-aa676b26a9a3-1024x768.jpg)
ଘଟଣାସ୍ଥଳରୁ ପୁଲିସ ସେମାନଙ୍କ ନିକଟରୁ ୧୬ ହଜାର ୭୦୦ ଟଙ୍କା, ୩ଟି ଦାମୀ ମୋବାଇଲ ଫୋନ, ସୁନାମୁଦି, ଦୁଇଟି ସ୍କୁଟି ଓ ଗୋଟିଏ ଟାୱାଲ ଜବତ କରାଯାଇଛି । ପୁଲିସ ଚଢ଼ଉ ସମୟରେ ଆଉ କିଛି ଯୁବକ ଖସିପଳାଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ କରୋନା ପାଇଁ ସ୍କୁଲ ବନ୍ଦ ହେବା ପରେ ଏଠାରେ ଦୀର୍ଘ ୭ ମାସ ହେବ ଜୁଆ ଖେଳ ଚାଲିଥିଲା । ଏମିତିକି ସ୍କୁଲ ବାରଣ୍ଡା ଅସାମାଜିକ ଯୁବକଙ୍କ ଓପନ ପାର ପାଲଟିଥିଲା । ବିଳମ୍ବିତ ରାତି ଯାଏ ନିଶାଡ଼ିକ ଭିଡ଼ ଜମିବା ସହ ଜୁଆଖେଳ ଚାଲେ । ଆଜି କୌଣସି ସୂତ୍ରରୁ ଖବର ପାଇ ବାଲିଅନ୍ତା ଥାନା ପୁଲିସ ଚଢ଼ଉ କରି ବାବାଜୀ , ଚୈତନ୍ୟ ଓ କୈଳାଶକୁ କାବୁ କରି ନେଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ । ଏନେଇ ଥାନାରେ ୨୪୭/୨୦ ରେ ମାମଲା ରୁଜୁ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/ff0d653a-537d-4920-8e86-49e6e8fb648c.jpg)