ନୂଆଦିଲ୍ଲୀ: ପଞ୍ଜାବର ପଟିୟାଲାରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଭିଡିଓ ପୋଷ୍ଟ ହୋଇଛି।

Advertisment

ଯେଉଁଥିରେ ପଟିୟାଲାସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଏୟାର କଣ୍ଡିସନର ଏଟିଏମ ଭିତରେ ତିନି ଜଣ ଯୁବକ ଶୋଇଥିବାର ନଜର ଆସୁଛନ୍ତି। ଏହି ଭିଡିଓ ପୋଷ୍ଟ କରିବାବେଳେ ଏକ୍ସ ବ୍ୟବହାରକାରୀ ଗଗନଦୀପ ସିଂ ଲେଖିଛନ୍ତି ଯେ ପ୍ରବଳ ଉତ୍ତାପ ଯୋଗୁଁ ଲୋକମାନେ ବ୍ୟାଙ୍କ ଏଟିଏମରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି - # ପାଟିଆଲା।

ଏହି ଭିଡିଓ ଅନଲାଇନରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​ଏବଂ ବର୍ତ୍ତମାନ ଏହାକୁ ନେଇ ବିତର୍କ ଲାଗିଛି। କାରଣ ଏଟିଏମ ଭିତରେ  ‌‌ଶୋଇଥିବ‌ା ତିନିଜଣ ବ୍ୟକ୍ତିଙ୍କ ଅଣ୍ଟାରେ ମଦ ବୋତଲ ଖଞ୍ଜା ଯାଇଥିବା ଦେଖିବାକୁ ମିଳୁଛି।

ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, "ଆପଣଙ୍କର ଏଟିଏମ୍ ସିକ୍ୟୁରିଟି ଗାର୍ଡ କେଉଁଠାରେ ଅଛନ୍ତି? ଏହା ଭିତରେ ମଦ୍ୟପମାନେ ଶୋଇଛନ୍ତି, ଯଦି ଜଣେ ମହିଳାଙ୍କୁ ଏହି ଏଟିଏମରୁ ଟଙ୍କା ଉଠାଇବ‌ାକୁ ପଡେ ତେବେ ସେ କିପରି ଯିବେ? ଦୟାକରି ଏହି ଘଟଣାର ତଦନ୍ତ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ଏହି ଭିଡିଓ ଦେଖିବା ପରେ ଏସବିଆଇ ପ୍ରତିକ୍ରିୟା ଦେଇ କହିଛି, “ଆପଣମାନଙ୍କ ଏହି ଅସୁବିଧା ପାଇଁ ଆମେ ଦୁଃଖୀତ। ଦୟାକରି ଉକ୍ତ ଏଟିଏମ ଆଇଡି/ ସିଡିଏମ ଆଇଡି ସହିତ ଏଟିଏମ/ସିଡିଏମର  ସୂଚନା ପାଇଁ ନିକଟସ୍ଥ ଶାଖାର ଠିକ କୋଡ ଓ ନାମ ସେୟାର କରନ୍ତୁ। ଯଦ୍ବାରା ଆମର ଟିମ ଏହି ଘଟଣାର ତଦନ୍ତ କରିପାରିବ।