ଦୁଷ୍କର୍ମ କରିବାକୁ ରୋକିଥିବାରୁ ଯୁବକଙ୍କୁ ଜଳାଇ ହତ୍ୟା ଉଦ୍ୟମ କଲେ ୩ ଦୁର୍ବୃତ୍ତ

ଗ୍ରେଟର ନୋଏଡା : କିଛି ଦିନ ତଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବାରୁ ରୋକିଥିଲେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଯୁବକ । କିନ୍ତୁ ତାଙ୍କୁ ଜଣା ନ ଥିଲା, ଏହାର ପରବର୍ତ୍ତୀ ପରିଣାମ କ’ଣ ହେବ? ଯେଉଁ ୩ଜଣଙ୍କୁ ସେ ପାପ କରିବାକୁ ରୋକିଥିଲେ, ସେହି ୩ଜଣ ତାଙ୍କୁ ହତ୍ୟା କରିବାର ଉଦ୍ୟମ କରିବେ ବୋଲି ଚିନ୍ତା କରି ନ ଥିଲେ ପୀଡ଼ିତ । ରାତିରେ ନିଜ କୁଡ଼ିଆରେ ଶୋଇଥିବା ବେଳେ ୩ଜଣ ଅଭିଯୁକ୍ତ ନିଆଁ ଲଗାଇ ଦେଇଥିଲେ । କିନ୍ତୁ ସୌଭାଗ୍ୟବଶତଃ ପୀଡ଼ିତ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ସାମାନ୍ୟ ଆଘାତ ଲାଗିଥିବା ବେଳେ ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

Image result for fire
CBS Denver

ସୂଚନା ମୁତାବକ, ଘଟଣାର କିଛି ଦିନ ପୂର୍ବରୁ ପୀଡ଼ିତ ନିଜ କୁଡ଼ିଆ ଭିତରେ ଥିବା ସମୟରେ ଜଣେ ଯୁବତୀଙ୍କ ଚିତ୍କାର ଶୁଣିଥିଲେ । ବାହାରକୁ ଆସିବା ପରେ ୩ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଏକ ଜନଶୂନ୍ୟ ସ୍ଥାନକୁ ନେବା ପାଇଁ ଟାଣୁଥିବାର ଦେଖିଥିଲେ ପୀଡ଼ିତ । ଏହା ଦେଖି ପୀଡ଼ିତ ସେଠାକୁ ଯିବା ସହ ୩ଜଣଙ୍କୁ ପାଟି କରି ସେଠାରୁ ଯିବା ପାଇଁ କହିଥିଲେ । ଯାହାର ରାଗ ରଖି ଅଭିଯୁକ୍ତମାନେ ଏଭଳି ଅପରାଧ କରିଥିବା କହିଛନ୍ତି ପୀଡ଼ିତ । ଏ ନେଇ ଏତଲା ଦିଆଯାଇ ସାରିଥିଲେ ମଧ୍ୟ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପାରିନାହିଁ ପୁଲିସ ।

ସମ୍ବନ୍ଧିତ ଖବର