ଘରୋଇ କଳି କାଳ ହେଲା: ଭଣଜାକୁ ହତ୍ୟା କରିବା ଅଭିଯୋଗରେ ମାମୁ-ମାଇଁ ଗିରଫ

ମୁମ୍ବାଇ : ହତ୍ୟାର ପ୍ରାୟ ତିନି ମାସ ପରେ ପ୍ରକୃତ ହତ୍ୟାକାରୀକୁ ଧରିବାରେ ସଫଳ ହୋଇଛି ମୁମ୍ବାଇ ପୁଲିସ । ତିନି ମାସ ପୂର୍ବରୁ ନିଜର ୨୫ ବର୍ଷିୟ ଭଣଜାକୁ ମାରିଥିବାରୁ ତାର ମାମୁ-ମାଇଁଙ୍କୁ ଶନିବାର ପୁଲିସ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି । ମାମୁ-ମାଇଁଙ୍କ ସମେତ ଅନ୍ୟ ଦୁଇ ଜଣ ଏଥିରେ ସାମିଲ ଥିବା ବେଳେ ହତ୍ୟାର ତୁରନ୍ତ ପରେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୁଲିସ । କିନ୍ତୁ ୩ ମାସ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବା ମାମୁ-ମାଇଁଙ୍କୁ ଗିରଫ କରାଯାଇଥିବା ଖୋରାଓ୍ଵାଡ଼ି ପୁଲିସ ସୂଚନା ଦେଇଛି ।

ସୂଚନା ଅନୁଯାୟୀ, ମୁମ୍ବାଇର ବାନ୍ଦ୍ରାରେ ରହୁଥିବା ସୁଧୀର ପାଓ୍ଵାର ଜଣେ ବଢ଼େଇ ଭାବରେ କାମ କରୁଥିଲେ । ୨୦୧୭ ନଭେମ୍ବର ୭ରେ ତାଙ୍କୁ ହକି ଷ୍ଟିକ୍‌, ହାତୁଡ଼ି ଏବଂ ବାଉଁଶ ଦ୍ୱାରା ଆକ୍ରମଣ କରାଯାଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥଲା । ମୃତ୍ୟୁର ପର ଦିନ ସୁଧୀରଙ୍କ ଦୁଇ ସହଯୋଗୀ ଛୋଟେଲାଲ ସାହାଣୀ (୩୪) ଏବଂ ରାକେଶ ସାହାଣୀ(୨୩)ଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରିଥିଲା ପୁଲିସ । ହତ୍ୟାର କିଛି ଦିନ ପୂର୍ବରୁ ଛୋଟେଲାଲ ଏବଂ ରାକେଶଙ୍କ ସହ ସୁଧୀରଙ୍କର ଝଗଡ଼ା ହୋଇଥିବାରୁ ସେମାନେ ଏହି ହତ୍ୟା କରିଥିବେ ବୋଲି ସନ୍ଦେହ କରି ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିଲା । କିନ୍ତୁ ତାଙ୍କ ସହ ସୁଧୀରଙ୍କ ନିଜ ମାମୁ-ମାଇଁ ମଧ୍ୟ ସାମିଲ ଅଛନ୍ତି ତାହା ପୁଲିସକୁ ଜଣା ନଥିଲା । ତିନି ମାସର ତଦନ୍ତ ପରେ ଘଟଣା ଘଟିଥିବା ଦିନ ସୁଧୀରଙ୍କର ତାଙ୍କ ମାମୁ-ମାଇଁଙ୍କ ସହ ମଧ୍ୟ ଝଗଡ଼ା ହୋଇଥିଲା ବୋଲି ଜାଣିବାକୁ ପାଇଥିଲ ପୁଲିସ । ଏ ବିଷୟରେ ସେମାନଙ୍କୁ ପଚରା ଯିବାରୁ ସେମାନେ ସବୁ ସତ ମାନିଥିଲେ ।

ସମ୍ବନ୍ଧିତ ଖବର