ଲୁଧିଆନା: ଜନୈକା ୧୭ ବର୍ଷୀୟା ନାବାଳିକାକୁ ଅକ୍ଟୋବର ୨୫ ତାରିଖରେ ପଞ୍ଜାବର ୩ ଜଣ ଯୁବକ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ପରେ ଉପଯୁକ୍ତ ଚକିତ୍ସା ଅଭାବରୁ ଝିଅଟି ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ରବିବାର ଦିନ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହେବା ସତ୍ତ୍ୱେ ଘର ଲୋକ ହସ୍ପିଟାଲ୍ ନେଇ ନଥିବାରୁ ନାବାଳିକାଙ୍କର ମୃତ୍ୟୁ ଘଟିିଛି।
ଯୁକ୍ତ ୨ରେ ପଢୁଥିବା ଏହି ନାବାଳିକା ଜଣକ ସ୍କୁଲ୍ ଯାଉଥିବା ବାଟରେ ଅପହରଣର ଶିକାର ହୋଇଥିଲେ। ଅପହରଣ ପରେ ୩ ଜଣ ଯୁବକ ମିଶି ତାଙ୍କ ଗଣଦୁଷ୍କର୍ମ କରିଥିଲେ। କିଛି ସମୟ ପରେ ନାବାଳିକାଙ୍କ ପରିବାର ଲୋକେ ଶେଷରେ ତାଙ୍କ ସନ୍ଧାନ ପାଇଥିଲେ। ଏ ସଂପର୍କରେ ପୁଲିସ୍ ପକ୍ଷରୁ ପ୍ରକାଶ ପାଇଛି ଯେ ଝିଅଟିକୁ ତୁରନ୍ତ ହସ୍ପିଟାଲ୍ ନିଆଯାଇଥିଲେ ସେ ହୁଏତ ବଞ୍ଚିପାରିଥାନ୍ତା। ମାତ୍ର ତାଙ୍କର ପରିବାର ଲୋକେ ଅତ୍ୟନ୍ତ ଅଣଉନ୍ନତ ହୋଇଥିବାରୁ ସେ ହସ୍ପିଟାଲ୍ ନ ନେଇ ନିଜ ଘରକୁ ନେଇ ଯାଇଥିଲେ।
ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। ତେବେ ପୀଡ଼ିତାଙ୍କ ମାଆଙ୍କ କହିବା ଅନୁଯାୟୀ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୀଡ଼ିତାଙ୍କ ସହପାଠୀ ଥିଲେ।