ପ୍ରେମିକ ପାଖରେ ସିଟ୍‌ ନମିଳିବାରୁ ପ୍ରେମିକା ବିମାନରେ ଏୟାର ହଷ୍ଟେସ୍‌ଙ୍କ ଉପରକୁ ଗରମ ପାଣି ଓ ନୁଡୁଲନ୍ସ ଫିଙ୍ଗିଲା

ନୂଆଦିଲ୍ଲୀ: ବିମାନରେ ଯାତ୍ରୀଙ୍କ କଥା ଶୁଣିବା ଓ ତାହାକୁ ଫଲୋ କରିବା ଏବଂ ସେମାନଙ୍କ ଆବଶ୍ୟକତାକୁ ଧ୍ୟାନ ରଖିବା ବିମାନ ଆଟେଣ୍ଡେଣ୍ଟଙ୍କ ପାଇଁ କିଛି ସହଜ କଥା ହୋଇ ନଥାଏ। ବିମାନରେ ସମସ୍ତ ଯାତ୍ରୀଙ୍କ ପ୍ରତ୍ୟେକ ଆବଶ୍ୟକତାକୁ ଧ୍ୟାନ ଦେବା ସତ୍ତ୍ୱେ ବିମାନ ଆଟେଣ୍ଡେଣ୍ଟଙ୍କ ସହିତ ଯାତ୍ରୀମାନେ ଖରାପ ବ୍ୟବହାର କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ଏୟାର ଏସିଆର ଆଟେଣ୍ଡେଣ୍ଟ ନୁରାଲିଆଙ୍କ କହିବାନୁସାରେ, ବିମାନରେ ପ୍ରେମିକ ସିଟ୍‌ ପାଖରେ ଜଣେ ମହିଳା ଯାତ୍ରୀଙ୍କୁ ସିଟ୍‌ ନମିଳିବା ହେତୁ ସେ ରାଗି ଯାଇଥିଲେ। ଉକ୍ତ ମହିଳା ଯାତ୍ରୀ ଏତେ ମାତ୍ରାରେ ରାଗି ଯାଇଥିଲେ କି ତାଙ୍କ ପାଖରେ ଖାଦ୍ୟ ପରଷିବା ପାଇଁ ଛିଡା ହୋଇଥିବା ଜଣେ ଏୟାର-ହଷ୍ଟେସ୍‌ଙ୍କ ଉପରକୁ ସେ ଗରମ ପାଣି ଓ ଗରମ ନୁଡୁଲ୍ସ ଫିଙ୍ଗିଥିଲେ। କେବଳ ମହିଳା ନୁହଁନ୍ତି ତାଙ୍କ ବୟଫ୍ରେଣ୍ଡ ବି ବିମାନକୁ ଉଡାଇ ଦେବାକୁ ଧମକ ଦେଇଥିଲେ। ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ଏହି ଘଟଣା ଘଟୁଥିବା ସମୟରେ ଭିଡିଓ ବନାଇବାରେ ବ୍ୟସ୍ତ ଥିଲେ।

ଏୟାର ହଷ୍ଟେସ୍‌ଙ୍କ ଡାକ ଶୁଣି ବିମାନରେ ଥିବା କ୍ରୁ ମେମ୍ବର୍ସ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଏବଂ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ବିମାନରେ ଏତେ ସବୁ ଘଟଣା ଘଟିବା ଦେଖି ପାଇଲଟ ଓ ବିମାନର ଅନ୍ୟ ଅଧିକାରୀ ବିମାନକୁ ଜରୁରୀ ଅବତରଣ କରି ଉକ୍ତ ମହିଳା ଓ ଯୁବକଙ୍କୁ ବିମାନରୁ ସେମାନଙ୍କ ସାମଗ୍ରୀ ସହିତ ବାହାର କରି ଦେଇଥିଲେ

ସମ୍ବନ୍ଧିତ ଖବର