ଏଟିଏମ୍‌ ଲୁଟ୍‌ କରି ଯାଉଥିବା ବାଟରେ ଚୋରା ଟଙ୍କା ହେଲା ଚୋରି, ଏଭଳି ଥିଲା ପୂରା ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀର ନୋଏଡାରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଦୁଇଜଣ ଚୋର ନୋଏଡାରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍‌ କରିବାରେ ସଫଳ ହୋଇଥିଲେ ମଧ୍ୟ ଯିବା ବାଟରେ ଯାହା ଘଟିଥିଲା, ତାହା ସେମାନଙ୍କର ପୂରା ପୋଲ ଖୋଲି ଦେଇଥିଲା । ଏହା ସହ ଚୋରି କରି ନେଉଥିବା ଟଙ୍କା ତକ ମଧ୍ୟ ଚୋରି ହୋଇ ଯାଇଥିଲା ।

ସୂଚନା ମୁତାବକ, ସୋମାବାର ଦୁଇ ଜଣ ଯୁବକ ନୋଏଡାର ସେକ୍ଟର ୮୨ରେ ଥିବା ଏସ୍‌ବିଆଇ ଏଟିଏମ୍‌ ଆଗରେ ବନ୍ଧୁକ ଧରି କ୍ୟାସ୍‌ ରିଫିଲିଂ ଏଜେନ୍ସିର କର୍ମଚାରୀଙ୍କୁ ଅପେକ୍ଷା କରିଥିଲେ । କର୍ମଚାରୀ ଏଟିଏମ୍‌କୁ ଟଙ୍କା ରଖିବା ପାଇଁ ଆସିବା ପରେ ବନ୍ଧୁକ ଦେଖାଇ ୪୦ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ୍‌କୁ ସେମାନଙ୍କ ଠାରୁ ନେଇ ଫେରାର ହୋଇ ଯାଇଥିଲେ ଏହି ଦୁଇ ଜଣ ଚୋର । କିନ୍ତୁ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଦୁଇ ଚୋରଙ୍କ ଗାଡ଼ି ଯାଇ ଅନ୍ୟ ଗାଡ଼ି ସହ ଧକ୍କା ଖାଇଥିଲା । ଯାହା ପରେ ୪୦ ଲକ୍ଷ ଟଙ୍କା ଥିବା ବ୍ୟାଗ୍‌ଟି ତଳକୁ ଖସି ପଡ଼ି ଭିତରେ ଥିବା ଟଙ୍କା ରାସ୍ତାରେ ପଡ଼ି ଯାଇଥିଲା । ଏହା ଦେଖି ସେଇ ବାଟ ଦେଇ ଯାଉଥିବା ଲୋକମାନେ ଟଙ୍କା ଗୋଟାଇବା ଆରମ୍ଭ କରିଥିଲେ ।

indiatimes.com

ଏ ନେଇ ପୁଲିସକୁ ସୂଚନା ମିଳି ସାରିଥିବାରୁ ସେ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ । କିନ୍ତୁ ସେତବେଳକୁ ଜଣେ ଅଭିଯୁକ୍ତ ସେଠାରୁ ଫେରାର ହୋଇ ସାରିଥିବା ବେଳେ ଆଉ ଜଣଙ୍କୁ ପୁଲିସ ଗିରଫ କରିଛି । ଦୁହେଁ ପୂର୍ବରୁ ଏଭଳି କେତୋଟି ଚୋରି କରିଛନ୍ତି, ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର