ନୂଆଦିଲ୍ଲୀ: ଅନେକ‌ଲୋକ ଅଛନ୍ତି ଯେଉଁମାନେ ବନ୍ୟଜନ୍ତୁମାନଙ୍କୁ ଅତି ନିକଟରୁ ଦେଖିବା ପାଇଁ ପସନ୍ଦ କରିଥାଆନ୍ତି। ଏଥିପାଇଁ ସେମାନେ ଜଙ୍ଗଲ ସଫାରିରେ ବି ଯାଇଥାଆନ୍ତି। ସମୟସମୟ‌ରେ କିଛି ଲୋକ ବନ୍ୟଜନ୍ତୁଙ୍କ ଅତି ନିକଟରୁ ଫଟୋ ଉଠାଇବାକୁ ଉଦ୍ୟମ କରିଥାଆନ୍ତି। ଯାହାକି ତାଙ୍କୁ ମହଙ୍ଗା ପଡ଼ିଯାଇଥାଏ।

Advertisment

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି। ଯେଉଁଥିରେ ଜଣେ ମହିଳାଙ୍କୁ ବାଘ ସହିତ ଫଟୋ ଉଠାଉଥିବା ଦେଖିବାକୁ ମିଳୁଛି।  ଏହି ସମୟରେ ବାଘ ରାଗି ଯାଇ ମହିଳାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି। ସୌଭାଗ୍ୟବଶତଃ ଠିକ ସମୟରେ ମହିଳା ପଛକୁ ଘୁଞ୍ଚି ଯାଇଥିଲେ।  ଆଉ ଏତିକି  ବେଳେ ବାଘର ମାଲିକ ଥିବାରୁ ସେ ପରିସ୍ଥିତିକୁ ଆୟତ୍ତ କରି ନେଇଥିଲେ। ଯେଉଁ କାରଣରୁ ମହିଳାଙ୍କୁ  କୌଣସି ପ୍ରକ‌ାର କ୍ଷତି ପହଞ୍ଚି ନଥିଲା।

ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ବଣୁଆ ଜନ୍ତୁକୁ ବନ୍ଦୀ କରି ରଖିଥିବା ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତି କରି କହିଛନ୍ତି, ‘ବାଘମାନେ ଗୃହପାଳିତ ପଶୁ ନୁହଁନ୍ତି। ସେମାନେ ଅଭୟାରଣ୍ୟ ପରି ଖୋଲା ସ୍ଥାନରେ ମୁକ୍ତ ଭାବରେ ବୁଲିବା ଉଚିତ୍। ସେମାନଙ୍କୁ ଏପରି ବାନ୍ଧି ରଖିବା ହେଉଛି ଅପରାଧ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଦୁବାଇକଭର ନାମକ ଆକାଉଣ୍ଟରେ ସେୟାର କରାଯାଇଛି।