ନିଜାମାବାଦ୍: ପୂର୍ବରୁ ଟିକ୍ ଟକ୍ ଭିଡିଓ କରୁଥିବା ବେଳେ ଅନେକ ଦୁର୍ଘଟଣା ଘଟିଥିବାର ଉଦାହରଣ ରହିଛି। ଟିକ୍ ଟକ୍ ଭିଡିଓ କରି ମଜା ନେଉଥିବା ବେଳେ କିଏ ଉପର ସ୍ଥାନରୁ ପଡ଼ି ଖଣ୍ଡିଆ ଖାପରା ହୋଇଛି ଆଉ କାହାର ଜୀବନ ଯାଇଛି। ନିକଟରେ ତେଲେଙ୍ଗାନାରେ ସେପରି ଏକ ଅନୁରୂପ ଘଟରା ଦେଖିବାକୁ ମିଳିଛି।
ନିଜାମାବାଦ୍ ସହରରେ ଜଣେ ଯୁବକ ଟିକ୍ଟକ୍ ଭିଡିଓ ଭିଡିଓ କରୁଥିବା ବେଳେ ନିଜ ଜୀବନ ହରାଇଥିବା ସୂଚନା ରହିଛି। ମୃତକ ଜଣକ ହେଉଛନ୍ତି ଇନ୍ଦ୍ରପୁରମ୍ ଦିନେଶ। ସେ ତାଙ୍କ ସାଙ୍ଗ ଗଙ୍ଗାଚାଲମ ଏବଂ ମନୋଜ ଗୌଡ଼ଙ୍କ ସହ ସ୍ଥାନୀୟ ଅଞ୍ଚଳର ଏକ ଝରଣାକୁ ବୁଲିବାକୁ ଯାଇଥିଲେ। ସେଠାରେ ଦିନେଶ ଝରଣା ପାଣିରେ ଭାସି ଯାଇଥିଲେ। ଶୁକ୍ରବାର ଦିନ ଏପରି ଅଭାବନୀୟ ଘଟଣା ଘଟିଥିବା ବେଳେ ଦିନେଶଙ୍କ ମୃତଦେହ ରବିବାର ଦିନ ଉଦ୍ଧାର ହୋଇଥିଲା।
/sambad/media/post_attachments/wp-content/uploads/2019/09/DrownedTikTok_750-300x200.jpg)
ସେ ଭିଡିଓ କରୁଥିବା ବେଳେ ନିଜ ଉପରୁ ଆୟତ୍ତ ହରାଇ ପକାଇଥିଲେ। ଆୟତ୍ତ ହରାଇ ପାଣିରେ ପଡ଼ିିଯିବାରୁ ଭାସି ଭାସି ଦୂରକୁ ଚାଲି ଯାଇଥିଲେ। ଏହି ସମ୍ପୂର୍ଣ୍ଣ ଘଟଣାଟି ଦିନେଶଙ୍କ ବନ୍ଧୁଙ୍କ କ୍ୟାମେରାରେ ଦେଖିବାକୁ ମିଳିଛି। ଦିନେଶଙ୍କ ଅନ୍ୟ ଜଣେ ବନ୍ଧୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ବଞ୍ଚାଇ ପାରିନଥିଲେ।