ନୂଆଦିଲ୍ଲୀ: ଜଣେ ଲୋକପ୍ରିୟ ଟିକ୍ଟକ୍ ଷ୍ଟାର୍ ପଶ୍ଚିମ ଦିଲ୍ଲୀର ଏକ ହୋଟେଲ୍ ଛାତରେ ଚଢ଼ି ଆତ୍ମହତ୍ୟା କରିବାକୁ ଅଡ଼ି ବସିଥିବା ବେଳେ ଦୀର୍ଘ ୧୯ ଘଣ୍ଟା ପରେ ତଳକୁ ଆସିଥିବା ସୂଚନା ରହିଛି। ୩୧ ବର୍ଷିଅ ଏହି ବ୍ୟକ୍ତି ଜଣଙ୍କର ଟିକ୍ଟକ୍ରେ ୫ ମିଲିୟନ୍ ଫଲୋର୍ସ ଅଛନ୍ତି। ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବାକୁ ଯିବା ପୂର୍ବରୁ ଟିକ୍ଟକ୍ରେ ଏକ ଭିଡିଓ ଅପ୍ଲୋଡ କରିବା ସହ ଏକ ସୁଇସାଇଡ୍ ନୋଟ୍ ଛାଡ଼ି ଯାଇଛନ୍ତି। ତେବେ, ସେ ତାଙ୍କ ପତ୍ନୀଙ୍କ ସହ ଝଗଡ଼ା କରି ଆତ୍ମହତ୍ୟା ନିଷ୍ପତ୍ତି ନେଇଥିଲେ ବୋଲି ଜାଣିବାକୁ ମିଳିଛି।
/sambad/media/post_attachments/wp-content/uploads/2019/09/illustration-photo-mobile-screen-picture-tiktok-application_071aba40-db9f-11e9-b2f8-83b44344bbe7-300x200.jpg)
ସନ୍ଦୀପ ଆଲିଆସ୍ ଅର୍ମାନ ମଲ୍ଲିକ ହରି ନଗରରେ ଥିବା ଏକ ହୋଟେଲ୍ର ୬ ମହଲା ଉପରକୁ ଚଢ଼ି ଯାଇ ତଳକୁ ଡେଇଁ ପଡ଼ିବକୁ ଧମକ ଦେଇଥିଲେ। ସନ୍ଦୀପ ରବିବାର ଅପରାହ୍ନ ୩ଟା ସମୟରେ ଛାତକୁ ଛଢ଼ି ଯାଇଥିବା ବେଳେ ସୋମବାର ୯.୩୦ରେ ତଳକୁ ଓହ୍ଲାଇ ଆସିଥିଲେ। ଏହି ସମୟ ମଧ୍ୟରେ ଉଦ୍ଧାରକାରୀମାନେ ସନ୍ଦୀପଙ୍କୁ ବୁଝାସୁଝା କରି ତଳକୁ ଓହ୍ଲାଇ ଆଣିବାକୁ ଚେଷ୍ଟା କରୁଥିଲେ।