ପଶ୍ଚିମବଙ୍ଗର ୨୪ ପ୍ରଗଣାରେ ‘ତୃଣମୂଳ କଂଗ୍ରେସ’ ନେତା ମହରମ୍‌ ଶେଖ୍‌ଙ୍କୁ ଗୁଳି ମାରି ହତ୍ୟା

କୋଲ୍‌କାତା: ଶନିବାର ରାତିରେ ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲ୍ଲାରେ ‘ତୃଣମୂଳ କଂଗ୍ରେସ’ ନେତା ମହରମ୍‌ ଶେଖ୍‌ଙ୍କୁ ତାଙ୍କ ବାସଭବନ ବାହାରେ ଗୁଳି ମାରି ହତ୍ୟା କରାଯାଇଛି।

ସଙ୍କଟାପନ୍ନ ଅବସ୍ଥାରେ ମହରମ୍‌ ଶେଖ୍‌ଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଥିଲେ ମଧ୍ୟ ଆଜି ପ୍ରତ୍ୟୁଷରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ଏହି ହତ୍ୟାକାଣ୍ଡରେ ମାମଲା ରୁଜୁ କରି ପୁଲିସ ଜଣକୁ ଅଟକ ରଖିଛି। ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଥିବା ମନେହେଉଛି। ତାଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଛି। ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜାଣିବା ଲାଗି ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର