ଘର ବାହାରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଜଣେ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ସମର୍ଥକ

କୋଲକାତା: ଘର ବାହାରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା। ଜଣେ ଅଭିଯୁକ୍ତକୁ ପିଟି ପିଟି ମାରିଦେଲେ ସମର୍ଥକ। ପଶ୍ଚିମବଙ୍ଗରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ସ୍ଥାନୀୟ ଟିଏମସି ନେତା ସୈଫୁଦ୍ଦିନ ଲସ୍କର। ତାଙ୍କର ପତ୍ନୀ ସରପଞ୍ଚ ଥିବା ବେଳେ ସୋମବାର ଦିନ ଜୋଏନଗରରେ ଥିବା ତାଙ୍କ ଘର ବାହାରେ କିଛି ଦୁର୍ବୃତ୍ତ ସୈଫୁଦ୍ଦିନଙ୍କୁ ଗୁଳି କରି ହତ୍ୟା କରିଥିଲେ।  ଲସ୍କର ଜୋଏନଗରର ବାମୁଙ୍ଗାଚି ଅଞ୍ଚଳରେ ଟିଏମସି ୟୁନିଟର ପରିଚାଳନା କରୁଥିଲେ।

କୁହାଯାଉଛି ଯେ, ଲସ୍କରଙ୍କ ସମର୍ଥକମାନେ ଜଣେ ଆକ୍ରମଣକାରୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ଗୁଳି ମାରି ଅଭିଯୁକ୍ତମାନେ ଫେରାର ‌ହୋଇଯାଉଥିବା ବେଳେ ଲସ୍କରଙ୍କ ସମର୍ଥକମାନେ ଜଣକୁ କାବୁ କରି ମାଡ଼ ମାରିଥିଲେ, ଏହ ଫଳରେ ତା’ର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଅନେକ ଘରେ ନିଆଁ ଲଗାଇ ଦିଆଯାଇଥିବା ଜଣାପଡ଼ିଛି। ଏହି ଘଟଣା ପରେ କ୍ଷମତାରେ ଥିବା ଟିଏମସି ଏବଂ ବିରୋଧୀ ଦଳ ସିପିଆଇ (ଏମ୍) ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି।

ସ୍ଥାନୀୟ ଟିଏମସି ଦାବି କରିଛି ଯେ ଲସ୍କରଙ୍କ ହତ୍ୟା ପଛରେ ସିପିଆଇ (ଏମ୍) ସମର୍ଥକଙ୍କ ହାତ ରହିଛି । ଅନ୍ୟପକ୍ଷରେ ସିପିଆଇ (ଏମ୍) ଅଭିଯୋଗ କରିଛି ଯେ ଲସ୍କର ସମର୍ଥକମାନେ ସେମାନଙ୍କ ଘର ଭାଙ୍ଗି ନିଆଁ ଲଗାଇ ଦେଇଛନ୍ତି।

ପୁଲିସ କହିଛି ଯେ ଟିଏମସି ନେତାଙ୍କ ହତ୍ୟା ମାମଲାରେ ଏକ ମାମଲା ରୁଜୁ ହୋଇଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ଏବେ ଏହି ମାମଲାର ଅଧିକ ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର