ଗାଁରେ ମଦ ବିକ୍ରି ବନ୍ଦ ଦାବି, ମହିଳା ଥାନାର ଦ୍ୱାରସ୍ଥ

ବଙ୍ଗୋମୁଣ୍ଡା: ବଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଗୋହିରାପଦର ଗାଁରେ ମଦ ବିକ୍ରି ବନ୍ଦ କରିବା ଦାବିରେ ମହିଳାମାନେ ଗୁରୁବାର ବଙ୍ଗୋମୁଣ୍ଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହାଛଡ଼ା ସେମାନେ ସରପଞ୍ଚଙ୍କଠାରେ ମଧ୍ୟ ଏନେଇ ଲିଖିତ ଅଭିଯୋଗ କରିଛନ୍ତି। ଗୋହିରାପଦର ଗାଁ ୩ଟି ୱାର୍ଡ ବିଶିଷ୍ଟ ହୋଇଥିବାବେଳେ ଦିନ ମଜୁରୀଆଙ୍କ ସଂଖ୍ୟା ଅଧିକ। ଦିନତମାମ ହାଡଭଙ୍ଗା ପରିଶ୍ରମ କରି ଦୁଇପଇସା ରୋଜଗାର କରୁଥିବା ବେଳେ ଏମାନେ ମଦ ପିଇ ବରବାଦ ହେଉଛନ୍ତି। ଫଳରେ ପରିବାରରେ ଅଶାନ୍ତି ଲାଗି ରହୁଛି। ଏହାଛଡ଼ା ମଦୁଆଙ୍କ ଯୋଗୁଁ ମହିଳାମାନେ ସୁରକ୍ଷିତ ମଣୁ ନାହାନ୍ତି। ଏଣୁ ଗାଁରେ ମଦ ବିକ୍ରି ବନ୍ଦ ପାଇଁ ମହିଳାମାନେ ବଙ୍ଗୋମୁଣ୍ଡା ସରପଞ୍ଚ ସୁଶାନ୍ତ ଯୋଷୀଙ୍କଠାରେ ଅଭିଯୋଗ କରିଛନ୍ତି।

ଏହାଛଡ଼ା ଥାନାଧିକାରୀଙ୍କୁ ସାକ୍ଷାତ କରି ମଦ ବିକ୍ରି ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ତେବେ ଥାନାଧିକାରୀ ଏବଂ ସରପଂଚ ଏନେଇ ପ୍ରତିଶ୍ରୁତି ଦେବାରୁ ମହିଳାମାନେ ଫେରି ଆସିଥିଲେ। ଏହି କାର୍ଯ୍ୟକ୍ରମରେ ସୁନାଫୁଲ ମେହେର, ବିମଳା ମେହେର, ଚନ୍ଦ୍ରିକା ଭତ୍ରା, ଲକ୍ଷ୍ମୀ ବାଗ, ସୁବାସିନି ମେହେର, ନିଳାଦ୍ରୀ ମେହେର, ଗାୟତ୍ରୀ ମେହେର, ସୁନିତା ହଂସ, ନିଳେନ୍ଦ୍ରୀ ମେହେର, ମାଳତି ମେହେର, ବବିତା ମେହେର, ଘନକେଶୀ ଭୋଇ, କେ. ମେହେର, ଭୂମିସୁତା ମେରେର, ସୁଜାତା ମାଝୀ, ସୁଷମା ମେହେର, ରେଣୁକା ମେହେର, ପନିତା ଭୋଇ, ଶ୍ରୀମତୀ ସୁନା, ସଂଯୁକ୍ତା ମେହେର, ମମିତା ଭୋଇ, କିରଣ ଭୋଇ, କୁନ୍ତି ହିଆଲ, ରେମତି ମେହେର, ବାସନ୍ତି ଭାଟି, ସରସ୍ୱତୀ ନିଆଲ, ବନୀତ ଭୋଇ, ବେଲମତି ମେହେର, ଉର୍ମିଳା ବନଛୋର, ଅଷ୍ଟମୀ ଘିବେଲା, ପାନ ଥପା, ଶାନ୍ତି ଘିବେଲା, କଳ୍ପନା ମେହେର ପ୍ରମୁଖ ଶତାଧିକ ମହିଳା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର