କ୍ରିଷ୍ଣା: ମଧ୍ୟପ୍ରଦେଶର କ୍ରିଷ୍ଣା ଜିଲ୍ଲାସ୍ଥିତ ଭୂଷଣଗୁଲା ଗ୍ରାମରେ ଦେଖିବାକୁ ମିଳିଛି ଜଣେ ଅଭାବନୀୟ ଘଟଣା। ଜଣେ ଶିଶୁ ଦୀର୍ଘ ସମୟ ଧରି କାନ୍ଦ ବନ୍ଦ ନକରିବାରୁ ଜଣେ ଅଙ୍ଗନବାଡ଼ି କର୍ମୀ କ୍ରୋଧରେ ଆସି ଶିଶୁଟିର ପାଟିଲେ ଲଙ୍କାଗୁଡ଼ ପୂରାଇ ଦେଇଥିବା ଜାଣିବାକୁ ମିଳିଛି। ଏହି ଘଟଣା ସୋମବାର ଦିନ ଘଟିଥିବା ସୂଚନା ରହିଛି।
ସବୁଦିନ ପରି ଶିଶୁଟିର ମାଆ ଶିଶୁଟିକୁ ଅଙ୍ଗନବାଡ଼ି ସେଣ୍ଟରରେ ଛାଡ଼ିଦେଇ ଯାଇଥିଲେ। ଶିଶୁଟି ମାଆ ପାଖରୁ ଅଙ୍ଗନବାଡ଼ି ସେଣ୍ଟରକୁ ଯିବା ପାଇଁ ମଙ୍ଗୁ ନଥିଲା। ସେ ରାହା ଛାଡ଼ି କାନ୍ଦୁଥିଲା। ସେ କାନ୍ଦୁଥିବା ଅବସ୍ଥାରେ ହିଁ ଶିଶୁଟିର ମାତା ତାକୁ ସେଠାରେ ଛାଡ଼ି ଘରକୁ ଚାଲି ଯାଇଥିଲେ।
ଶିଶୁଟିର କାନ୍ଦ ବନ୍ଦ କରି ତାକୁ ବୋଧ କରିବା ପାଇଁ କୁମାରୀ ନାମକ ଜଣେ ଅଙ୍ଗନବାଡ଼ି କର୍ମୀ ବହୁ ଉଦ୍ୟମ କରିଥିଲେ। ସେ ଶିଶୁଟିକୁ ଚୁପ୍ କରାଇବାରେ ବିଫଳ ହେବାରୁ କ୍ରୋଧରେ ଆସି ଶିଶୁଟିର ପାଟିରେ ଲଙ୍କାଗୁଣ୍ଡ ପୂରାଇ ଦେଇଥିବା ଅଭିଯୋଗ ହୋଇଛି।
ଏହି ଘଟଣାକୁ ନେି ସ୍ଥାନୀୟ ଲୋକେ ଓ ଶିଶୁଟିର ଅଭିଭାବକମାନେ କୁମାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହି ଘଟଣା ଶୁଣିବା ପରେ ପଦସ୍ତ ଅଧିକାରୀ ତଦନ୍ତ ଆରମ୍ କରିଛନ୍ତି।