ବନ୍ଧ୍ୟା ଦ‌ୋଷ ଦୂର କରିବା ପାଇଁ ଲୁହାରଡ଼ରେ ଗୋପନୀୟ ଅଙ୍ଗକୁ ଚେଙ୍କ ଦେଲା ଦିଅର, ଚାଲିଗଲା ମହିଳାଙ୍କ ଜୀବନ

ଶାହାଜହାନପୁର: ବନ୍ଧ୍ୟା ଦ‌ୋଷ ଦୂର କରିବା ପାଇଁ ଲହା ରଡ଼ରେ ଗୋପନୀୟ ଅଙ୍ଗକୁ ଦିଅର ଚେଙ୍କ ଦେବାରୁ ଚାଲିଗଲା ମହିଳାଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ଶାହାଜହାନପୁର ଗ୍ରାମରେ। ମହିଳାଙ୍କ ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ କୌଣସି ସନ୍ତାନ ଜନ୍ମ ନ ହେବାରୁ ଡାକ୍ତରଙ୍କୁ ଦେଖାଇବା ପରିବର୍ତ୍ତେ ଗୁଣିଆ ଥିବା ଦିଅରର ସାହାଯ୍ୟ ନେଇଥିଲେ ପରିବାର ଲୋକେ। ପରିବାରର ଏଭଳି ଭୁଲ ପାଇଁ ଶାହାଜହାନପୁରରେ ରହୁଥିବା ଶାରଦା ଦେବୀ ଆଜି ଏ ଦୁନିଆରେ ନାହାନ୍ତି।

ପୁଲିସର କହିବା ମୁତାବକ, ଶାରଦାଙ୍କ ବିବାହ କାମରାରେ ରହୁଥିବା ସର୍ବେଶଙ୍କ ସହ ହୋଇଥିଲା। ବିବାହ ପରେ ମଧ୍ୟ ଦୁହିଁଙ୍କର କୌଣସି ସନ୍ତାନ ଜନ୍ମ ନହେବାରୁ ସ୍ବାମୀଙ୍କ କହିବାନୁସାରେ ଦିଅର ଦୁର୍ବେଶଙ୍କ ସାହାଯ୍ୟ ‌ମାଗିଥିଲେ ଶାରଦା। ଦୁର୍ବେଶ ଗୁଣି ଗାରେଡ଼ି କରୁଥିବା ବେଳେ ଶାରଦାଙ୍କ ଦେହରେ ଡ଼ାହାଣୀର ରହିଛି ଏବଂ ମାଡ଼ ମରାଯାଇ ଡାହାଣୀକୁ ବାହାରକୁ ବାହାର କରାଯାଇ ପାରିବ ବୋଲି ସେ ନିଜ ପରିବାରକୁ କହିଥିଲେ।ଦୁର୍ବେଶଙ୍କ କଥାରେ ରାଜି ହୋଇ ପରିବାର ଲୋକେ ତାଙ୍କ କହିବା ମୁତାବକ କାମ କରିଥିଲେ। ଫେବ୍ରୁଆରି ୨୪ରେ ଦୁର୍ବେଶ ଲୁହା ରଡ଼କୁ ଗରମ କରି ଶାରଦାଙ୍କ ବିଭିନ୍ନ ଅଙ୍ଗରେ ଚେଙ୍କ ଦେବା ସହ ତାଙ୍କ ଗୋପନୀୟ ଅଙ୍ଗରେ ମଧ୍ୟ ଚେଙ୍କ ଦେଇଥିଲେ। କଷ୍ଟ ସହି ନପାରି ଶାରଦା କାନ୍ଦିବାରୁ ଦୁର୍ବେଶ ତାଙ୍କୁ ଲାଠିରେ ମାଡ଼ ମାରିଥିଲେ। ଏସବୁ ପରେ ଶାରଦାଙ୍କ ଅବସ୍ଥା ବିିଗିଡ଼ିବାରୁ ତାଙ୍କୁ ଫେବ୍ରୁଆରି ୨୭ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଗତକାଲି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

newindianexpress

ମୃତ୍ୟୁ ପରେ ଶାରଦାଙ୍କ ମାତା-ପିତାଙ୍କ ଅଭିଯୋଗକ୍ରମେ ଦୁର୍ବେଶଙ୍କ ସମେତ ୫ଜଣଙ୍କ ବିରୋଧରେ ଏତଲା ରୁଜୁ କରିଛି ପୁଲିସ।

ସମ୍ବନ୍ଧିତ ଖବର