ପାଦରେ ଚକୁଡ଼ି ଛେପ ଲଗାଇ ଯୁବକ ଟୋଷ୍ଟ ପ୍ୟାକିଂ କରୁଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଅନେକ ଲୋକେ ସକାଳୁ ଚା ଓ ଟୋଷ୍ଟ ଖାଇବାକୁ ପସନ୍ଦ କରି ଥାଆନ୍ତି। ତେବେ ନିକଟରେ ଲୋକଙ୍କ ବିକ୍ରି ପାଇଁ ପ୍ୟାକିଂ କରାଯାଉଥିବା ଟୋଷ୍ଟକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଟୋଷ୍ଟକୁ ଯେପରି ଭାବେ ପ୍ୟାକିଂ କରାଯାଉଛି, ତାହାକୁ ଦେଖି ଆପଣଙ୍କ ବି ଟୋଷ୍ଟ ଖାଇବାକୁ ଘୃଣା କରିବେ।

ଟୋଷ୍ଟ ପ୍ରସ୍ତୁତ ହେଉଥିବା ଫ୍ୟାକ୍ଟ୍ରିରୁ ଏହି ଭିଡିଓ ସାମ୍ନାକୁ ଆସିଛି। ତେବେ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ଏହି ଭିଡିଓ କେଉଁଠିକାର ତାହା ନେଇ କୌଣସି ସଠିକ ସୂଚନା ମିଳି ପାରି ନଥିଲା।

 

 

View this post on Instagram

 

A post shared by GiDDa CoMpAnY -mEmE pAgE- (@giedde)

ଭିଡିଓରେ ଟୋଷ୍ଟ ପ୍ରସ୍ତୁତ କରୁଥିବା କେତେଜଣ କାରିଗର ନଜର ଆସୁଛନ୍ତି। ଏଥିମଧ୍ୟରୁ କିଛି କାରିଗର ଟୋଷ୍ଟ ପ୍ରସ୍ତୁତ କରୁଥିବା ବେଳେ ଆଉ କେତେଜଣ ଏହାକୁ ପ୍ୟାକ କରୁଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଟୋଷ୍ଟ ଉପରେ ଗୋଡ ରଖିବା ସହିତ ଛେପ ଲଗାଇ ତାହାକୁ ପ୍ୟାକ କରୁଥିବା ଦେଖିବାକୁ ମିଳୁଛି। ଏହି ଘଟଣାର ଏକ ଭିଡିଓ ବି ପ୍ରସ୍ତୁତ କରାଯାଇଛି। ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି।

ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଅସନ୍ତୋଷ ବ୍ୟକ୍ତ କରିବା ସହିତ ତୁରନ୍ତ ଉକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର