ଠେଙ୍ଗାରେ ସ୍ତ୍ରୀକୁ ପିଟୁଥିଲା ସ୍ବାମୀ, ମାରପିଟରେ ଚାଲିଗଲା କୋଳରେ ଥିବା ୫ମାସ ଶିଶୁର ଜୀବନ

ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଛି ଏକ ଆଚମ୍ବିତ କରିବା ଭଳି ଘଟଣା।  ମାତା-ପିତାଙ୍କ କଳହ ପାଇଁ ଜଣେ ୫ମାସର ଶିଶୁ ମୃତ୍ୟୁବରଣ କରିଥିବା ଜଣା ପଡ଼ିଛି । ଶିଶୁର ମୁଣ୍ଡରେ ଲୁହା କଣ୍ଟା ପଶିଯିବାରୁ ତା’ର ମୃତ୍ୟୁ ହୋଇଛି । ଘଟଣା ପରେ ଗିରଫ ଡ଼ରରେ ଅଭିଯୁକ୍ତ ବାପା ଫେରାର ଥିବା ବେଳେ ଖୋଜିବା ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ,  ଅଭିଯୁକ୍ତ ଏକ ଘରୋଇ ଡାକ୍ତରଖାନାରେ ଅପରେସନ ଥିଏଟର ଟେକ୍‌ନିସିଆନ୍‌ ଭାବେ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଏକ କ୍ଲିନିକ୍‌ରେ ନର୍ସ ଭାବେ କାମ କରୁଥିଲେ । କିନ୍ତୁ କିଛି ମାସ ହେବ ଅଭିଯୁକ୍ତ ଚାକିରି ଛାଡ଼ି ଘରେ ରହୁଥିଲେ । ରବିବାର ଶିଶୁକୁ କୋଳରେ ଧରି ଖାଇବାକୁ ଦେଉଥିବା ବେଳେ ଅଭିଯୁକ୍ତ ଆସି ନିଜ ପତ୍ନୀଙ୍କ ସହ ଝଗଡ଼ା କରିବା ଆରମ୍ଭ କରିଥିଲା । ଏହା ସହ ଏକ ବାଡ଼ିରେ ନିଜ ପତ୍ନୀକୁ ମାଡ଼ ମାରିବା ଆରମ୍ଭ କରିଥିଲେ । ବାଡ଼ି ଆଗରେ ଏକ ଲୁହା କଣ୍ଟା ଲାଗିଥିବାରୁ ନିଜ ପତ୍ନୀକୁ ମାଡ଼ ମାରିବା ସମୟରେ ତାହା କୋଳରେ ଶୋଇଥିବା ଶିଶୁ ମୁଣ୍ଡରେ ପଶି ଯାଇଥିଲା । ରକ୍ତ ପ୍ରବାହ ଦେଖି ମାତା-ପିତା ଦୁହେଁ ଶିଶୁକୁ ପାଖ କ୍ଲିନିକ୍‌କୁ ନେଇ ପହଞ୍ଚିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ ଶିଶୁକୁ ସୁସ୍ଥ ବୋଲି କହି ଡାକ୍ତର ଘରକୁ ପଠାଇଥିଲେ ।

Image result for toddler-dies-in-fight-between-his-parents
Deccan Chronicle

କିନ୍ତୁ ମଙ୍ଗଳବାର ଶିଶୁର ଅବସ୍ଥା ଗମ୍ଭୀର ହେବାରୁ ତାକୁ ପୁଣି ଥରେ ପାଖ କ୍ଲିନିକ୍‌କୁ ନିଆଯାଇଥିଲା । ଯେଉଁଠି ଡାକ୍ତର ଅବସ୍ଥା ଗୁରୁତର ବୋଲି କହି ପ୍ରତାପଗଞ୍ଜରେ ଥିବା ଘରୋଇ ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏ ନେଇ ପୁଲିସକୁ ଡାକ୍ତର ସୂଚନା ଦେବା ପରେ ଶିଶୁର ଶବ ବ୍ୟବଚ୍ଛେଦ କରାଯାଇଥିଲା । ବ୍ୟବଚ୍ଛେଦ ପରେ ମୁଣ୍ଡ ଭିତରେ ରକ୍ତ ପ୍ରବାହ ହେତୁ ଶିଶୁର ମୃତ୍ୟୁ ହୋଇଥିବା ଜଣା ପଡ଼ିଥିଲା । ପରେ ଶିଶୁର ମା’ଠାରୁ ପୂରା ଘଟଣା ଶୁଣି ଏବେ ପୁଲିସ ଅଭିଯୁକ୍ତ ବାପାକୁ ଖୋଜିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର