ପାଦରେ ଥିବା ଯନ୍ତ୍ରଣାକୁ ସହି ନପାରି ମା’ଙ୍କ ମନ୍ଦିରରେ ଜିଭ କାଟି ଚଢ଼ାଇ ଦେଲେ ବୃଦ୍ଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠା‌ରେ ଜଣେ ବୃଦ୍ଧ ଅନେକ ଦିନ ହେବ ରୋଗଗ୍ରସ୍ତ ଥିବାରୁ ଚିନ୍ତାରେ ରହୁଥିଲେ। ସେ ତାଙ୍କ ରୋଗର ଯନ୍ତ୍ରଣାକୁ ସହି ପାରି ନଥିଲେ। ଏହି କାରଣରୁ ଗ୍ରାମ ନିକଟରେ ଥିବା କାଳି ମା’ଙ୍କ ମନ୍ଦିରରେ ଜିଭ କାଟି ଚଢ଼ାଇ ଦେଇଥିଲେ। ବୃଦ୍ଧ ଜିଭ କାଟିବା ଘଟଣାର ଖବର ମିଳିବା ପରେ ଲୋକେ ମନ୍ଦିର ନିକଟକୁ ଧାଇଁ ଆସିଥିଲେ। ଉକ୍ତ ବୃଦ୍ଧ ଜଣଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ହସ୍ପିଟାଲକୁ ବୃଦ୍ଧଙ୍କୁ ସ୍ଥାନାନ୍ତର କରି ଦେଇଥିଲେ।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଜିଲ୍ଲାର କଲ୍ୟାଣପୁର ଥାନା ଅଞ୍ଚଳସ୍ଥ ଗୁଗୋଲି ଗ୍ରାମ ନିକଟସ୍ଥ କାଳି ମନ୍ଦିରରେ ଘଟିଛି। ଏଠାରେ ରହୁଥିବା ୬୫ବର୍ଷୀୟ ବୃଦ୍ଧ ବାବୁରାମ ପାସୱାନଙ୍କ ପାଦରେ ଅନେକ ଦିନ ହେବ ଯନ୍ତ୍ରଣା ରହିଥିଲା। ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାକୁ ଯାଇ  ଔଷଧ ଆଣି ଖାଇଥିଲେ କିନ୍ତୁ କିଛି ଲାଭ ମିଳି ନଥିଲା। ଦିନକୁ ଦିନ ଯନ୍ତ୍ରଣା ବଢ଼ିବାକୁ ଲାଗିଥିଲା

ନବରାତ୍ରି ଥିବାରୁ ସେ ମା’ଙ୍କୁ  ଜିଭ ଅର୍ପଣ କରିଦେଲେ ତାଙ୍କ ଯନ୍ତ୍ରଣା କମିଯିବ ଭାବି ‌ବୃଦ୍ଧ ବାବୁରାମ ଏପରି ଘଟଣା ଘଟାଇଥିଲେ ବୋଲି ତାଙ୍କ ପରିବାରଲୋକ କହିଛନ୍ତି। ମନ୍ଦିରରେ ଥିବା ଅନ୍ୟ ଭକ୍ତମାନେ ବାବୁରାମଙ୍କ ଏଭଳି କାମ ଦେଖି ଭୟଭୀତ ହୋଇ ମନ୍ଦିରରୁ ବାହାରି ଚାଲି ଯାଇଥିଲେ।

ସମ୍ବନ୍ଧିତ ଖବର