ଲୁଇଜିୟାନା: ଆମେରିକାର ଲୁଇଜିୟାନାରେ ଏକ କପୁଲଙ୍କୁ ଉବେର ଜଣେ ଡ୍ରାଇଭରକୁ ଲୁଟିନେବା ଅଭିଯୋଗରେ ପୁଲିସ ଗିରଫ କରିଛି। ମହିଳା ଟପ୍ଲେସ୍ ହୋଇ ଉବେର ଡ୍ରାଇଭରଙ୍କ ଧ୍ୟାନ ଆକର୍ଷିତ କରିବା ପରେ ଲୁଟିଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2018/01/920x920-241x300.jpg)
ହାରାହନ ପୁଲିସଙ୍କ କହିବାନୁସାରେ, ଗିରଫ ହୋଇଥିବା ଯୁବକଙ୍କ ବୟସ ୨୪ ବର୍ଷ ଓ ତାଙ୍କ ନାମ କେନଡି ଏବଂ ୨୨ବର୍ଷୀୟ ଯୁବତୀଙ୍କ ନାମ ରାୟନା ଫିଲିୟାସ ବୋଲି ଜଣାପଡ଼ିଛି।
/sambad/media/post_attachments/wp-content/uploads/2018/01/a2ce4cfa00eb49e691f6976f7be0ed86-243x300.jpg)
ଲୁଟର ଶିକାର ହୋଇଥିବା ଉବେର ଚାଳକ ପୁଲିସ ନିକଟରେ ଅଭିଯୋଗ କରି କହନ୍ତି, ‘ଫିଲିୟାସ କ୍ୟାବ୍ ବୁକ୍ କରିଥିଲେ। ଏହାପରେ ମୋତେ ଫୋନ୍ କରି ଡାକିଥିଲେ । ମୁଁ ପହଞ୍ଚିଲା ପରେ ସେ ଟପ୍ଲେସ୍ ହୋଇ ବାହରି ଥିଲେ। ମୋତେ ଆଲିଙ୍ଗନ କରି ଚୁମ୍ବନ ମଧ୍ୟ ଦେବାରେ ଲାଗିଥିଲେ। ଏହାପରେ ତାଙ୍କ ବୟଫ୍ରେଣ୍ଡ ମୋତେ ଛୁରୀ ମୁନରେ ଲୁଟିବାକୁ ଲାଗିଥିଲେ। ମୁଁ ଟଙ୍କା ଦେବାକୁ ମନା କରିବାରୁ ସେ ମୋତେ ମାଡ ମାରିଥିଲେ ଏବଂ ଦୁହେଁ ମୋ ପର୍ସରେ ଥିବା ସମସ୍ତ ଟଙ୍କା ନେଇ ଫେରାର ହୋଇଯାଇଥିଲେ।’
/sambad/media/post_attachments/wp-content/uploads/2018/01/1024x1024-279x300.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/louisiana-woman-rob-uber-driver.jpg)