ଗୁଣି ସନ୍ଦେହରେ ୩ ମହିଳାଙ୍କୁ ଲଣ୍ଡା କରି ଅର୍ଧନଗ୍ନ ଅବସ୍ଥାରେ ଗାଁ ରାସ୍ତାରେ ବୁଲାଇଲେ ଲୋକେ

ପାଟ୍‌ନା: ଗୁଣି ସନ୍ଦେହରେ ବିହାରର ମୁଜାଫରନଗରର ଦଳେ ଲୋକ ମିଶି ୩ ଜଣ ମହିଳାଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଲୋକମାନେ ୩ ଜଣ ମହିଳାଙ୍କୁ ଲଣ୍ଡା କରିବା ସହ ସର୍ବସମ୍ମୁଖରେ ଅର୍ଧନଗ୍ନ କରି ରାସ୍ତାରେ ଚଲାଇଥିବା ଭଳି ଅଭାବନୀୟ ଘଟଣା ଘଟିଥିବା ଜାଣିବାକୁ ମିଳିଛି।

ହାଥୌରା ପୁଲିସ୍‌ ଅଧୀନରେ ଥିବା ଡାକ୍‌ରମା ଗ୍ରାମରେ ସୋମବାର ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ani

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏପରି ଅମାନୁଷିକ କାର୍ଯ୍ୟ କରୁଥିବା ‌ଲୋକ ଦଳ କେବଳ ଶାରୀରିକ ନିର୍ଯାତନା ନୁହେଁ, ବରଂ ମହିଳାମାନଙ୍କୁ ପରିସ୍ରା ପିଆଇବା ପାଇଁ ମଧ୍ୟ ବାଧ୍ୟ କରୁଥିବାର ଅଭିଯୋଗ ହୋଇଛି।

ଅଭିଯୋଗ ହୋଇଛି ଯେ ୩ ଜଣ ମହିଳା ମିଶି ଗାଁରେ ଗୁଣିଗାରେଡ଼ି କରୁଥିବା ବେଳେ ସ୍ଥାନୀୟ ଲୋକେ ୩ ମହିଳାଙ୍କୁ ଧରିଥିଲେ। ସେମାନଙ୍କୁ ଧରିବା ପରେ ତତ୍‌କ୍ଷଣାତ ଲଣ୍ଡା କରାଇବା ସହ ଅର୍ଧନଗ୍ନ କରି ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଇଥିଲେ।

ଏହି ଘଟଣାରେ ସଂପୃକ୍ତ ୯ ଜଣଙ୍କୁ ଏବେ ସୁଦ୍ଧା ଗିରଫ କରାଯାଇଛି। ଆହୁରି ୧୦୦ ଜଣ ଅଜଣା ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର