ପ୍ରେମିକାର ଏଭଳି ଅଜବ ଇଚ୍ଛାକୁ ପୂରା ନ କରି ପାରି ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ପ୍ରେମିକ

ପର୍‌ଭନୀ : ପ୍ରେମିକାର ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ଇଚ୍ଛା ହେଉଥିବାରୁ ଆତ୍ମହତ୍ୟା କଲା ପ୍ରେମିକ । ଏଭଳି ଅଜବ ଇଚ୍ଛା ପୂରଣ କରି ନ ପାରି ପ୍ରେମିକ ଆତ୍ମହତ୍ୟାର ବାଟ ବାଛି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସବୁଦିନ ପ୍ରେମିକାର ଏଭଳି ଇଚ୍ଛା ପୂରଣ କରିବାରୁ ନିଜକୁ ବଞ୍ଚାଇବା ପାଇଁ ପ୍ରେମିକ ନିଜ ଶୋଇବା ଘରେ ପଙ୍ଖାରେ ରସି ଲଗାଇ ଆତ୍ମହତ୍ୟା କରିଥିବା ବେଳେ ମୃତଦେହ ପାଖରୁ ଏକ ସୁଇସାଇଡ଼୍‍ ନୋଟ୍‌ ଜବତ କରିଛି ପୁଲିସ । ଯେଉଁଥିରେ ପ୍ରେମିକ ପ୍ରେମିକାର ଶାରୀରିକ ସଂପର୍କ ରଖିବାର ଇଚ୍ଛା ହିଁ ତାଙ୍କ ଆତ୍ମହତ୍ୟାର କାରଣ ବୋଲି ଲେଖିଥିବା ଦେଖାଯାଇଛି । ମୃତକ ଜଣଙ୍କ ସଚ୍ଚିନ ମିଟ୍‌କାରୀ ବୋଲି ଚିହ୍ନଟ କରାଯାଇଛି ।

AI News

ସୁଇସାଇଡ୍‌ ନୋଟ୍‌ରେ ଜଣେ ମହିଳା ତାଙ୍କର ବାରମ୍ବାର ଯୌନ ଶୋଷଣ କରୁଥିବା ଲେଖିଛନ୍ତି ସଚ୍ଚିନ । ବାରମ୍ବାର ଶରୀରିକ ସଂପର୍କ ରଖିବାର ଇଚ୍ଛା ପାଇଁ ମୁଁ ଚିନ୍ତିତ ଥିଲି । ଶାରୀରିକ ସଂପର୍କ ନ ରଖିଲେ ମହିଳାଜଣଙ୍କ ମିଛ ମାମଲାରେ ମୋତେ ଫସାଇ ଦେବି କହି ବ୍ଲାକ୍‌ମେଲ କରି ଆସୁଥିଲେ । ଏଥିପାଇଁ ମୁଁ ଏଭଳି ପଦକ୍ଷେପ ନେଲି ବୋଲି ସଚ୍ଚିନ ଲେଖିଛନ୍ତି । ଏହି ନୋଟ୍‌ ମିଳିବା ପରେ ପୁଲିସ ମହିଳାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର