୩ ହଜାର ଡଲାର, ମୋବାଇଲ୍‌ ଚୋରି

ଏୟାରପୋର୍ଟରୁ ପର୍ଯ୍ୟଟକଙ୍କ ଭ୍ୟାନିଟ୍‌ ବ୍ୟାଗ୍‌ ଲୁଟ୍‌

ପୁରୁଣା ଭୁବନେଶ୍ୱର : ଏୟାରପୋର୍ଟରୁ ଜଣେ ପର୍ଯ୍ୟଟକଙ୍କ ଭ୍ୟାନିଟି ବ୍ୟାଗ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍‌ରେ ଶିକାର ହୋଇଛନ୍ତି ଘାନାରେ ରହୁଥିବା ନିରଜ ଚନ୍ଦନ ଓ ତାଙ୍କ ପତ୍ନୀ ଆଲ୍‌ଫା ଚନ୍ଦନ। ସେ ତାଙ୍କ ୨ ଝିଅଙ୍କ ସହିତ ଓଡ଼ିଶା ବୁଲିବାକୁ ଆସିଥିବା ବେଳେ ଟିର୍ମନାଲଠାରେ କେହି ତାଙ୍କ ଭ୍ୟାନିଟି ବ୍ୟାଗ୍‌ ନେଇଯାଇଥିବା ନିରଜ କହିଛନ୍ତି। ସେଥିରେ ୩ହଜାର ଡଲାର, ୩ଟି ମୋବାଇଲ୍‌, ପାର୍ସପୋର୍ଟ ଭିସା ଆଦି ଥିବା ସେ କହିଛନ୍ତି। ଅଭିଯୋଗ ପରେ ପୁଲିସ ଡିଜି ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ନିରଜ ବିଜୁ ପଟ୍ଟନାୟକ ବନ୍ଦିରରେ ରାତି ପ୍ରାୟ ୮ଟାରେ ଓହ୍ଲାଇଥିଲେ। ତାଙ୍କ ବ୍ୟାଗ୍‌ ଟର୍ମିନାଲ ଟ୍ରଲିରେ ରଖି ବାହାରକୁ ଆସିଥିଲେ। ତେବେ କାର୍‌ରେ ବସିବା ବେଳେ ତାଙ୍କ ଭ୍ୟାନିଟି ବ୍ୟାଗ୍‌ ନଥିବା କହିଥିଲେ। ଏନେଇ ସେ ଏୟାରଫିଲଡ୍‌ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ପୁଲିସ ଡିଜି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାର ତୁରନ୍ତ ତଦନ୍ତ ନିର୍ଦେଶ ଦେଇଛନ୍ତି। ପୁଲିସ ବିମାନବନ୍ଦରଠାରେ ଥିବା ସମସ୍ତ ସିସିଟିଭିକୁ ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର