ଆଠମାସ ହେବ ମହିଳାଙ୍କ ପେଟରେ ହେଉ ଥିଲା ଯନ୍ତ୍ରଣା, ଏକ୍ସ-ରେ ପରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ଏଭଳି କାରନାମା

ବିହାର: ବିହାରର ସାସାରାମ ଡାକ୍ତରଙ୍କ ଅବହେଳାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଡାକ୍ତର ଆଠମାସ ପୂର୍ବରୁ ଜଣେ ମହିଳାଙ୍କ ପେଟର ଅସ୍ତ୍ରୋପଚାର କରିଥିଲେ। ଏହି ସମୟରେ ଅବହେଳା ହେତୁ ଡାକ୍ତର ମହିଳାଙ୍କ ପେଟରେ ଏକ ତଉଲିଆ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଜଣାପଡ଼ିବା ପରେ ଅନ୍ୟ ଜଣେ ଡାକ୍ତର ମହିଳାଙ୍କ ପେଟର ପୁଣି ଅସ୍ତ୍ରୋପଚାର କରି ସେହି ତଉଲିଆକୁ ବାହାର କରିଥିଲେ।

ସୂଚନାଯୋଗ୍ୟ, ସାସାରାମର ଏକ ଗ୍ରାମରେ ରହୁଥିବା ଜଣେ ମହିଳାଙ୍କ ପାଖାପାଖି ୮ମାସ ହେବ ସାସାରାମର ଜଣେ ଡାକ୍ତର ମହିଳାଙ୍କ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ମହିଳା ଘରକୁ ଚାଲି ଆସିଥିଲେ। କିନ୍ତୁ ତାଙ୍କ ପଟରେ ଯନ୍ତ୍ରଣା ଲାଗି ରହିଥାଏ। ମହିଳା ଏନେଇ ଅନେକ ଔଷଧ ମଧ୍ୟ ଖାଇଥିଲେ କିନ୍ତୁ ସୁଫଳ ମିଳି ନଥିଲା। ଶେଷରେ ସେ ଡାକ୍ତରଖାନା ଯାଇ ଏକ୍ସ-ରେ କରାଇ ଥିଲେ। ଏଥିରେ ତାଙ୍କ ପେଟ ଭିତରେ କିଛି ଥିବା ଡାକ୍ତର ଦେଖିବାକୁ ପାଇଥିଲେ।

ସାସାରାମର ଡାକ୍ତର ଉପେନ୍ଦ୍ର ରାଏ ମହିଳାଙ୍କ ଅସ୍ତ୍ରୋପଚାର କରି ତାଙ୍କ ପେଟରୁ ଏକ ତଉଲିଆ ବାହାର କରିଥିଲେ। ଡାକ୍ତରଙ୍କ କହିବାନୁସାରେ, ଟେଟ୍ରା ନାମକ ଏହି ମେଡିକେଟେଡ ତଉଲିଆକୁ ଅସ୍ତ୍ରୋପଚାର ସମୟରେ ବ୍ୟବହାର କରାଯାଏ। ଡାକ୍ତରଙ୍କ ଅବହେଳା ହେତୁ ଏହା ମହିଳାଙ୍କ ପେଟ ଭିତରେ ହିଁ ରହି ଯାଇଥିଲା।

ସମ୍ବନ୍ଧିତ ଖବର