ନୂଆଦିଲ୍ଲୀ : ଜଣେ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ସଡ଼କ ସୁରକ୍ଷା ନିୟମ ଭାଙ୍ଗିଥିବା ୩ଜଣ ଯୁବକଙ୍କ ଚାଲାଣ କାଟିବା ମହଙ୍ଗା ପଡ଼ିଛି । ରାଗ ରଖି ୩ଜଣ ଯୁବକ ଟ୍ରାଫିକ୍‌ କନେଷ୍ଟବଳଙ୍କୁ ଘରକୁ ଫେରୁଥିବା ବାଟରେ ନିସ୍ତୁକ ମାଡ଼ ମାରିଥିବା ସୂଚନା ମିଳିଛି । ଏହି ଆକ୍ରମଣ ପରେ ଟ୍ରାଫିକ୍‌ କନେଷ୍ଟବଳ ଆହତ ହେବା ସହ ଏ ନେଇ ପୁଲିସରେ ଅଭିଯୋଗ କରିଛନ୍ତି । ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

Advertisment

publive-image NDTV.com

ସୂଚନା ମୁତାବକ, ମଙ୍ଗଳବାର ଦିଲ୍ଲୀର  ଅଜ୍‌ମେରୀ ଗେଟ୍‌ ପଏଣ୍ଟରୁ ଡିୟୁଟି ସାରି ଡିଟିସି ବସ୍‌ରେ ଘରକୁ ଫେରୁଥିଲେ ଟ୍ରାଫିକ୍‌ କନେଷ୍ଟବଳ ସତୀଶ କୁମାର।  ରାତି ୯ଟା ୪୫ମିନିଟ୍‌ ସମୟରେ ବସ୍‌ଟି ନୂଆଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ୩ଜଣ ଅଭିଯୁକ୍ତ ବସ୍‌ରେ ଚଢ଼ିବା ସହ ସତୀଶଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ । ବସ୍‌ରେ ଥିବା ଲୋକେ ବିରୋଧ କରିବାରୁ ୩ଜଣ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲା । ମାଡ଼ ଖାଇବା ପରେ ସତୀଶ ସିଧା ପୁଲିସ ଷ୍ଟେସନ ଯାଇ ଅଭିଯୋଗ କରିଥିବା ବେଳେ ଅଭଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ।