କାର ଚାଳକ ସଠିକ ଭାବେ ହେଲମେଟ ପିନ୍ଧି ନଥିବାରୁ କଟିଲା ୫୦୦ଟଙ୍କାର ଚାଲାଣ!

ନୂଆଦିଲ୍ଲୀ: ଜଣେ ମାରୁତି ଆଲ୍ଟୋ କାର ମାଲିକ ଠିକ୍ ଭାବରେ ହେଲମେଟ ନ ପିନ୍ଧିଥିବା ଅଭିଯୋଗରେ କେରଳ ଟ୍ରାଫିକ ପୁଲିସ ୫୦୦ ଟଙ୍କାର ଚାଲାଣ କାଟିଛି। କେରଳ ଟ୍ରାଫିକ ପୁଲିସର ଏଭଳି ଭୁଲ ବିଭିନ୍ନ ମହଲରେ ସମାଲୋଚନା ହେଉଛି। ଏହି ଘଟଣା ପାଇଁ କାର ମାଲିକ ଅଜିତ ଏଙ୍କୁ ତ୍ରୁଟି ସୁଧାରିବା ପାଇଁ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବାକୁ ପଡିବ।

ଅଜିତଙ୍କ ପାଖକୁ ଡ୍ରାଇଭିଂ ସମୟରେ ହେଲମେଟ ପିନ୍ଧି ନଥିବା ନେଇ ଚଲାଣ ଆସିଛି। ୨୦୨୧ ଡିସେମ୍ବର ୭ରେ ଜାରି କରାଯାଇଥିବା ଚାଲାଣରେ ଦୁଇଜଣ ଲୋକ ବାଇକ୍ ଚଳାଉଥିବାର ଦେଖିବାକୁ ମିଳୁଛି। ଯେଉଁ ବ୍ୟକ୍ତି ପଛରେ ବସିଛନ୍ତି ସେ ହେଲମେଟ ପିନ୍ଧି ନାହାଁନ୍ତି। ଏଥିସହ ଚାଲାଣ ଦର୍ଶାଯାଇଛି ଯେ ଗାଡି ଶ୍ରେଣୀ ହେଉଛି ‘ମୋଟର କାର୍’ ଏବଂ ପଞ୍ଜୀକରଣ ନମ୍ବର ଅଜିତଙ୍କ କାରର ଅଟେ।

ଏହି ଘଟଣାରୁ ଲାଗୁଛି ମୋଟର ସାଇକେଲର ପଞ୍ଜିକରଣରେ କିଛି ତ୍ରୁଟି ରହିଛି। ଯେପରି ଚାଲାଣ ସହିତ ସଂଲଗ୍ନ ଚିତ୍ରରେ ଦେଖାଯାଉଛି ।  ତେବେ ଏହି ଘଟଣାକୁ ନେଇ ଅଜିତ ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କୁ ଏଭଳି ଚାଲାଣ ମିଳିବା ପରେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ  ଏହି ସମସ୍ୟାର ସମାଧାନ ପାଇଁ ସେ ମୋଟର ବାହାନ ବିଭାଗରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର