ଇନ୍ଦୋର: ମଧ୍ୟପ୍ରଦେଶରେ ଜଣେ ଯୁବତୀ ହେଲେ ଦୁଷ୍କର୍ମର ଶିକାର । ସାଙ୍ଗମାନଙ୍କ ସହ ବୁଲିବାକୁ ବାହାରିଥିବା ବେଳେ ମହିଳାଙ୍କୁ ବନ୍ଧକ ରଖି ଦୁଷ୍କର୍ମ କଲେ ଦୁର୍ବୃତ୍ତ । ଏହି ଘଟଣା‌ରେ ୮ଜଣ ସାମିଲ ଥିବା ବେଳେ ଏବେ ୨ଜଣକୁ ଗିରଫ କରିଛି ପୁଲିସ ।  

Advertisment

ପୁଲିସର କହିବା ମୁତାବକ, ୨ଜଣ ଟ୍ରେନି ଆର୍ମି ଅଫିସର ନିଜର ୨ମହିଳା ବନ୍ଧୁଙ୍କୁ ନେଇ ମଙ୍ଗଳବାର ସନ୍ଧ୍ୟାରେ ବୁଲିବାକୁ ବାହାରିଥିଲେ। ଏହି ସମୟରେ ୮ଜଣ ଯୁବକ ବନ୍ଧୁକ, ଛୁରୀ ଓ ବାଡ଼ି ଧରି ସେମାନଙ୍କୁ ଘେରି ଯାଇଥିଲେ । ୧୦ଲକ୍ଷ ଟଙ୍କା ଦାବି କରି ଜଣେ ଟ୍ରେନି ଆର୍ମି ଅଫିସର ଓ ତାଙ୍କ ମହିଳା ବନ୍ଧୁଙ୍କୁ ଅଟକ ରଖିବା ସହ ଅନ୍ୟ ଟ୍ରେନି ଆର୍ମି ଅଫିସର ଓ ତାଙ୍କ ମହିଳା ବନ୍ଧୁଙ୍କୁ ୧୦ଲକ୍ଷ ଆଣିବାକୁ ପଠାଇଥିଲେ। ଦୁର୍ବୁତ୍ତଙ୍କ କବଳରୁ ବାହାରିବା ପରେ ଟ୍ରେନି ଆର୍ମି ଅଫିସରଜଣକ ଆସି ନିଜ କମାଣ୍ଡିଂ ଅଫିସରଙ୍କୁ ସବୁ ଜଣାଇଥିଲେ । ପୁଲିସକୁ ଖବର ଦିଆଯିବା ପରେ ଉଭୟ ପୁଲିସ ଓ ଆର୍ମି ଅଫିସର ଘଟଣାସ୍ଥଳକୁ ଯାଇଥିଲେ । ପୁଲିସ ଗାଡ଼ି ଦେଖି ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୁଲିସ ପୀଡ଼ିତ ଆର୍ମି ଅଫିସର ଓ ତାଙ୍କ ମହିଳାବନ୍ଧୁଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଥିଲା, ପରୀକ୍ଷା ପରେ ମହିଳା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲ‌ା ।

ଏନେଇ ପୁଲିସ ତଦନ୍ତ କରି ୨ଜଣକୁ ଗିରଫ କରିିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।