କିନ୍ନରଙ୍କ ଅର୍ଦ୍ଧନଗ୍ନ ଭିଡିଓ ସୋସିଆଲ୍‌ ମିଡିଆରେ ଛାଡ଼ି ପୁଲିସ କର୍ମଚାରୀ ନିଲମ୍ବିତ

କେରଳ : କେରଳ ଆଲାପୁଜା ଅଞ୍ଚଳର ଏକ ପୁଲିସ ଷ୍ଟେସନରୁ ଏକ ଭିଡ଼ିଓ ଭାଇରାଲ ହୋଇଛି । ଏହି ଭିଡ଼ିଓରେ ଜଣେ କିନ୍ନର ଗୋଟିଏ ପରେ ଗୋଟିଏ ପୋଷାକ କାଢ଼ି ଅର୍ଦ୍ଧନଗ୍ନ ହେବାର ଦେଖାଯାଇଛି। ଏହି ଭିଡ଼ିଓକୁ ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ପୁଲିସ କର୍ମଚାରୀ ରେକର୍ଡ କରିଥିବା ଜଣାପଡ଼ିବା ପରେ ତାଙ୍କୁ ବର୍ତ୍ତମାନ ନିଲମ୍ବିତ କରାଯାଇଛି। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ।

India Today

ସୂଚନା ଅନୁଯାୟୀ , ମାର୍ଚ୍ଚ ୨୨ ତାରିଖ ଦିନ ଆଲାପୁଜାର ଏକ ଲୋକଗହଳି ସ୍ଥାନରେ ଜଣେ କିନ୍ନର ପାଟିତୁଣ୍ଡ କରୁଥିବାର ଦେଖା ଯାଇଥିଲା । ସାର୍ବଜନୀନ ସ୍ଥଳରେ ପାଟିତୁଣ୍ଡ କରିବା ଅଭିଯୋଗରେ ତାଙ୍କୁ ଅଲପୁଜାର ଦକ୍ଷିଣ ପୁଲିସ ଷ୍ଟେସନକୁ ନିଆଯାଇଥିଲା । ଏହାପରେ ମଧ୍ୟ କିନ୍ନର ଜଣଙ୍କ ଶାନ୍ତ ପଡ଼ି ନ ଥିଲେ । ସେ ପୁଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଥାନା ମଧ୍ୟରେ ପିନ୍ଧିଥିବା ପୋଷାକ ଖୋଲିବାରେ ଲାଗିଥିଲେ । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ମହିଳା ପୁଲିସ କର୍ମଚାରୀ ଘଟଣାଟିର ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ, ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇ ଯାଇଥିଲା । ଭିଡ଼ିଓଟି ଭାଇରାଲ ହେବା ପରେ ଘଟଣା ବିଷୟରେ ଜିଲ୍ଲା ପୁଲିସ ପ୍ରମୁଖ ଏସ୍‌ .ସୁରେନ୍ଦ୍ରମ ଜାଣିବାକୁ ପାଇଥିଲେ । ଯାହା ପରେ ଘଟଣା ସହ ସଂପୃକ୍ତ ମହିଳା ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯିବା ସହ ଘଟଣାଟିର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର