ଟାଭେରା ଜବତ, ୩ ଗିରଫ

ଖଣ୍ଡଗିରି: ଖଣ୍ଡଗିରିବାରିରୁ ଚୋରି ହୋଇଥିବା ଏକ ଟାଭେରାକୁ ମାସକ ପରେ ପୁଲିସ ଉଦ୍ଧାର କରିଛି। ଗାଡ଼ିଟି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା କେଶପୁରରୁ ଉଦ୍ଧାର କରାଯାଇଛି। ଏହି ଚୋରିରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ସେମାନେ ହେଲେ, ସାଲିଆସାହି ବାଜପେୟୀ ନଗରରେ ରହୁଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ନରେନ୍ଦ୍ରପୁରର ସନ୍ତୋଷ ସାହୁ, ଗଣିଆ ଥାନା ଧୂଆମଡ଼ା ଗାଁର ସୁଜନ ବେହେରା(୨୪) ଓ ପ୍ରଶାନ୍ତ ଡାକୁଆ(୨୨)। ସନ୍ତୋଷ ଉକ୍ତ ଗାଡ଼ିର ଡ୍ରାଇଭର ଥିଲା ଓ ‌ସେ ଚୋରିର ମାଷ୍ଟର ମାଇଣ୍ଡ ବୋଲି ଜଣ‌ାପଡ଼ିଛି। ସେମାନଙ୍କଠାରୁ ଏକ ଚୋରା ବାଇକ୍‌ ଓ ଟାଭେରାର ନକଲି ଆର୍‌ସି ବୁକ୍‌ ଜବତ କରାଯାଇଛି।

ସମ୍ବନ୍ଧିତ ଖବର