ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା):ମାଲକାନଗିରିଜିଲ୍ଲା କୋରକୋଣ୍ଡା ଥାନା ଅନ୍ତର୍ଗତ ରାଖାଲଗୁଡା ଗ୍ରାମର ଲାକେ ପଡିଆମିଙ୍କ ମୁଣ୍ଡ ବିହୀନ ମୃତଦେହ ମଳିବା ଘଟଣା ପରେ ଆଦିବାସୀ ମହାସଂଘ ମେଳି ବାନ୍ଧିଛନ୍ତି। ମହିଳା ନିଖୋଜ ହେବା ପରେ ମୃତଦେହ ମିଳିବା ଓ ମୁଣ୍ଡ ନମିଳିବାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଣ୍ଡ ନମିଳିଲେ ଶବ ବ୍ୟବଛେଦ ନକରିବା ପାଇଁ ଜିଦ ଧରିବା ସହ ମହିଳାଙ୍କ ମୃତଦେହକୁ ନେବା ପାଇଁ ରୋକଠୋକ ମନା କରିଛି ଆଦିବାସୀ ମହାସଂଘ।
ଅନ୍ୟପଟରେ ଘଟଣାକୁ ତିନି ଦିନ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଧରାନପଡିବା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୁଣ୍ଡ ନମିଳିବାକୁ ନେଇ ଆଦିବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଦିବାସୀ ମହାସଂଘର ଶତାଧିକ ଆଦିବାସୀ ରାଖାଲଗୁଡାରେ ଏକତ୍ରିତ ହୋଇ ମେଳି କରିଛନ୍ତି। ଯଦି ଅଭିଯୁକ୍ତକୁ ପୁଲିସ ଖୁବଶୀଘ୍ର ନଧରେ ଓ ମୃତ ମହିଳାଙ୍କ ନିଖୋଜ ମୁଣ୍ଡକୁ ଖୋଜି ନଦିଏ ଏହାକୁ ନେଇ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ସଂଘର ସଦସ୍ୟମାନେ। ଅନ୍ୟ ଦିଗରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁରକୁ ନେଇ ତନାଘନା ଚଳାଇଥିବା ବେଳେ କୌଣସି ସୁରାକ ଏପର୍ଯ୍ୟନ୍ତ ପାଇପାରି ନାହିଁ। ଏନେଇ ଆଦିବାସୀ ସଂଘ ଖୋଲା ଚେତାବନୀ ଦେଇଥିବା ବେଳେ ପୁଲିସ ଏନେଇ ମୁହଁ ଖୋଲୁ ନାହିଁ।
ଆହୁରି ପଢ଼ନ୍ତୁ: Dead Body: ନଦୀରୁ ଉଦ୍ଧାର ମହିଳାଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ପ୍ରକାଶ ଥାଉକି ଗତ ୩ ତାରିଖ ଦିନ କୋରକୋଣ୍ଡା ଥାନାରେ ରାଖାଲଗୁଡାର ଲାକେ ପଡିଆମି ନିଖୋଜ ନେଇ ତାଂକ ସଂପର୍କୀୟ କୋରକୋଣ୍ଡା ଥାନାରେ ଏତଲା ଦାୟର କରିଥିଲେ। ତା‘ପର ଦିନ ହିଁ କାଲିମେଳା ବ୍ଲକର ଡୁଡାମେଟଲ ନଦୀ କୂଳରେ ମୁଣ୍ଡ ବିହୀନ ଶବ ଦେଖିବା ପରେ ସେହି ଶବ ଲାକେ ପଡିଆମିଙ୍କର ବୋଲି ପରିବାର ଲୋକେ ଦାବି କରିଥିଲେ। ତେବେ ସେହି ଶବର ମୁଣ୍ଡ ନଥିଲା। କେହି ଦୁର୍ବୃତ୍ତ ମୁଣ୍ଡ କାଟି ଦେଇଥିଲା। ତେବେ ମୁଣ୍ଡ ସେହି ସ୍ଥାନରେ ନଥିବାରୁ ଏବେ ଏହି ଘଟଣା ଆନ୍ଦୋଳନ ଆଡକୁ ଗତି କରୁଛି।
ଆହୁରି ପଢ଼ନ୍ତୁ: Student Residential School Pregnant: ମାଲକାନଗିରିରେ ଚାଞ୍ଚଲ୍ୟ: ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ଗର୍ଭବତୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/06/malkangiri-2025-12-06-16-58-37.jpg)