ନୂଆଦିଲ୍ଲୀ: ଚାଇନିଜ୍ କହି ତ୍ରିପୁରା ଛାତ୍ରଙ୍କୁ ହତ୍ୟା କଲେ ଦୁର୍ବୃତ୍ତ। ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନରେ ତ୍ରିପୁରାର ଜଣେ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମଦ୍ୟପ ଯୁବକମାନଙ୍କ ଦ୍ୱାରା କରାଯାଇଥିବା ଏହି ହିଂସାତ୍ମକ ଆକ୍ରମଣରେ MBA ଛାତ୍ର ଏଞ୍ଜେଲ ଚକମା ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୯, ୨୦୨୫ରେ ଏହି ଘଟଣା ଘଟିଥିଲା। ସେବେଠୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସହିତ ସଂଘର୍ଷ କରି ୧୭ଦିନ ଧରି ଇଣ୍ଟେନସିଭ୍ କେୟାର ୟୁନିଟ୍ (ICU)ରେ ରହିବା ପରେ ଏବେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଉପରେ ବର୍ଣ୍ଣବିଦ୍ବେଶୀ ଆକ୍ରମଣ(Racist Attack) କରାଯାଇଥିବା ଜଣାପଡ଼ିଛି।

Advertisment

ସମ୍ପୂର୍ଣ୍ଣ ଘଟଣା କ’ଣ?

ଏହି ଘଟଣାଟି ଡିସେମ୍ବର ୯, ୨୦୨୫ରେ ସନ୍ଧ୍ୟା ୬ରୁ ୭ଟା ମଧ୍ୟରେ ଡେରାଡୁନର ସେଲାକି ଅଞ୍ଚଳରେ ଘଟିଥିଲା। ଜିଗ୍ୟାସା ବିଶ୍ୱବିଦ୍ୟାଳୟର ଏମବିଏର ଶେଷ ବର୍ଷର ଛାତ୍ର ଏଞ୍ଜେଲ ଚକମା ତାଙ୍କ ସାନ ଭାଇ ମାଇକେଲ ଚକମାଙ୍କ ସହ କିଛି ଜିନିଷ କିଣିବା ପାଇଁ ମାର୍କେଟରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପରେ କିଛି ଯୁବକ ସେମାନଙ୍କ ରୂପକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଆକ୍ରମଣକାରୀମାନେ ସେମାନଙ୍କୁ "ନେପାଳୀ," "ଚାଇନିଜ୍," "ଚିଙ୍କି," ଏବଂ "ମୋମୋ" କହି ଡାକିବା ଆରମ୍ଭ କରିଥିଲେ। 

ପ୍ରତିବାଦ କରିବାରୁ କରିଥିଲେ ମାରାତ୍ମକ ଆକ୍ରମଣ

ଏଞ୍ଜେଲଙ୍କ ଭାଇ ମାଇକେଲ ଚକମା ପୁଲିସକୁ ଲିଖିତ ଅଭିଯୋଗରେ କହିଛନ୍ତି ଯେ, ମଦ୍ୟପାନ କରିଥିବା ଅଭିଯୁକ୍ତମାନେ ଆମକୁ "ନେପାଳୀ," "ଚାଇନିଜ୍," "ଚିଙ୍କି," ଏବଂ "ମୋମୋ" କହି ଡାକିବା ଆରମ୍ଭ କରିଥିଲେ। ଯେତେବେଳେ ଆମେ ଏହାର ବିରୋଧ କଲୁ ସେମାନେ ଆମକୁ ଆକ୍ରମଣ କଲେ। ଆମେ ଭାରତୀୟ ବୋଲି ଏଞ୍ଜେଲ କହିଥିଲେ ବି କେହି ଶୁଣିନଥିଲେ। କଥା କଟାକଟି ହେବାରୁ ଅଭିଯୁକ୍ତମାନେ ଛୁରୀ ସାହାଯ୍ୟରେ ଏଞ୍ଜେଲଙ୍କୁ ଆକ୍ରମଣ କରିଥିଲେ। ତାଙ୍କ ବେକ ଏବଂ ପେଟରେ ଅନେକ ଥର ଛୁରୀରେ ଆକ୍ରମଣ କରାଯାଇଥିଲା। ମୋତେ ମଧ୍ୟ ଆକ୍ରମଣ କରାଯାଇଥିଲା। 

ଚିକିତ୍ସା, ଗିରଫ ଏବଂ ତଦନ୍ତ ସ୍ଥିତି

ଗୁରୁତର ଆହତ ଆଞ୍ଜେଲଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କୁ ICUରେ ରଖାଯାଇଥିଲା। ଡାକ୍ତରମାନେ ୧୭ଦିନ ଧରି ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ସେଲାକିର ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମଣିପୁରର ଛାତ୍ର। ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି।

ଆହୁରି ପଢ଼ନ୍ତୁ: Home Guard Exam Jharsuguda ଝାରସୁଗୁଡ଼ାରେ ଆଜି ହୋମଗାର୍ଡ ଭର୍ତ୍ତି ପାଇଁ ପରୀକ୍ଷା: ପଦବୀ ୧୦୨,  ଲିଖିତ ପରୀକ୍ଷା ଦେଉଛନ୍ତି ୪୦୪୦ ପ୍ରାର୍ଥୀ