ଭୁବନେଶ୍ୱର: କାର୍ଯ୍ୟରତ ଷ୍ଟୁଡେଣ୍ଟ ଟ୍ରାଫିକ୍ଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ହାଇଓ୍ଵା ଚାଳକକୁ ଗିରଫ କରିଛି। ସେ ହେଲା ଖୁଣ୍ଟୁଣି ଅଞ୍ଚଳର ସୁନା ନାୟକ(୨୩)। ଗତ କିଛିଦିନ ହେବ ସୁନା ରସୁଲଗଡ଼ ଟ୍ରାଫିକ୍ରେ କାର୍ଯ୍ୟରତ ଜଣେ ଯୁବତୀଙ୍କୁ ବିଭିନ୍ନ ସମୟରେ ପିଛା କରୁଥିଲା। ତେବେ ଗୁରୁବାର ସନ୍ଧ୍ୟାରେ ଯୁବତୀ ଜଣଙ୍କ ଟ୍ରାଫିକ ପୋଷ୍ଟ୍ରୁ ଡ୍ୟୁଟି ସାରି ପୁରୁଷୋତ୍ତମ ବସ୍ତିସ୍ଥିତ ରୁମ୍କୁ ଫେରୁଥିଲେ। ସେ ଦୁର୍ଗାମଣ୍ଡପ ରୋଡ୍ରେ ଯାଉଥିବା ସମୟରେ ସୁନା ତାଙ୍କ ପିଛା କରିଥିଲା। କିଛିବାଟ ପିଛା କରିବା ପରେ ସେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ କମେଣ୍ଟ ମାରିଥିଲା। ଏନେଇ ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ତେବେ ଆଜି ସୁନା ସ୍ଥାନୀୟ ଅଞ୍ଚଳରେ ହାଇଓ୍ଵା ଚଲାଉଥିବା ସମୟରେ ପୁଲିସ ତାକୁ ଗିରଫ କରିଥିଲା। ଥାନାକୁ ଆଣି ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
ଷ୍ଟୁଡେଣ୍ଟ୍ ଟ୍ରାଫିକ୍ଙ୍କୁ କମେଣ୍ଟ ମାରି ହାଇଓ୍ଵା ଚାଳକ ଗିରଫ
/sambad/media/post_attachments/wp-content/uploads/2018/06/arrest-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)