ଭୁବନେଶ୍ୱର: ଆଜି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ବଡ଼ଗଡ଼ ଅଞ୍ଚଳର ଜଣେ ଯୁବକଙ୍କୁ ଅପହରଣ ଉଦ୍ୟମ କଲାବେଳେ ସ୍ଥାନୀୟ କିଛି ଯୁବକ ବିରୋଧ କରିବାରୁ ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଛନ୍ତି। ପୁଲିସ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ୨ ଜଣ ଯୁବକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନାନୁଯାୟୀ ବଡ଼ଗଡ଼ ମେଘେଶ୍ୱରୀ କଲୋନି ନିକଟରେ ଥିବା ଏକ ଗ୍ୟାରେଜ ପାଖରେ ୬/୭ଜଣ ଦୁର୍ବୃତ୍ତ ଚିଣ୍ଟୁ ମାହାନ୍ତି ନାମକ ଜଣେ ଯୁବକଙ୍କୁ ଅପହରଣ କରିବାକୁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ କିଛିି ଯୁବକ ଦେଖି ଏହାକୁ ବିରୋଧ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ଉତ୍ତ୍ୟକ୍ତ ହୋଇ ଯୁବକମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ସହ ଏକ ବୋଲେରୋରେ ଫେରାର ହୋଇଯାଇଥିଲେ।
ବିରୋଧ କରିବାରୁ ହାଣିଲେ ଦୁର୍ବୃତ୍ତ
ଯୁବକଙ୍କୁ ଅପହରଣ ଉଦ୍ୟମ
/sambad/media/post_attachments/wp-content/uploads/2018/01/badagada-ps-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)