ଟିଭିରେ ଆତ୍ମହତ୍ୟା ଦୃଶ୍ୟ ଦେଖି ଅନୁକରଣ କରୁ କରୁ ନିଜ ଜୀବନ ଦେଇ ଦେଲା ୧୧ ବର୍ଷୀୟା ନାବାଳିକା

ବେଙ୍ଗାଲୁର: ବେଙ୍ଗାଲୁରର ଜଣେ ୧୧ ବର୍ଷୀୟା ନାବାଳିକାର ଟିଭି ପରଦାରେ ଆତ୍ମହତ୍ୟା ଦୃଶ୍ୟ ଦେଖି ତାହାକୁ ଅନୁକରଣ କରୁ କରୁ ଜୀବନ ଚାଲିଯାଇଛି। ରବିବାର ରାତିରେ ନିଜ ଘର ଭିତରେ ଦଉଡ଼ି ଦେଇ ଜୀବନ ଯାଇଥିବା ଏହି ନାବାଳିକାଟି ନିଜର ଭୁଲ୍‌ବଶତଃ ନିଜ ଜୀବନ ହରାଇଛି ବୋଲି ପ୍ରାଥମିକ ତଦନ୍ତରୁ ପୁଲିସ୍‌ ସୂଚନା ଦେଇଛି।

ଏକ ବେସରାକରୀ ସ୍କୁଲ୍‌ରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଜଣକ ଟିଭି ଦେଖିବା ବେଳେ ଘରେ ଏକୁଟିଆ ଥିଲେ। ନାବାଳିକାର ବାପାମାଆ ସେମାନଙ୍କ ଘରେ ବାହାରେ ଥିବା ସମୟରେ ଏହି ଅପ୍ରୀତିକର ଘଟଣା ଘଟିଯାଇଛି।

ରାତି ପ୍ରାୟ ୯.୩୦ ସମୟରେ ନାବାଳିକାର ବାପାମାଆ ଘରକୁ ପଶି ଦେଖନ୍ତି ତ ତାଙ୍କ ଝିଅ ଦଉଡ଼ାରେ ଓହଳିଛି। ସେମାନେ ତାକୁ ତଳକୁ ଓହ୍ଲାଇ ଆଣି ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌କୁ ନେଇ ଯାଇଥିଲେ। ହସ୍ପିଟାଲ୍‌ରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ।

ଖବର ପାଇଁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲା। ଘଟଣାର ପ୍ରାଥମିକ ତଦନ୍ତରୁ ଝିଅଟି ଟିଭିର ଏକ ଦୃଶ୍ୟକୁ ଅନୁକରଣ କରି ଏପରି କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର